ସ୍ଵାମୀଙ୍କ ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ବାମୀର ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ । ଶାଶୁଘର ଦାଣ୍ଡ ପିଣ୍ଢାରେ ଧାରଣା ଦେଲେ ପ୍ରଥମ ପତ୍ନୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ସ୍ଵାମୀଙ୍କ ଦ୍ବିତୀୟ ବିବାହ ଖବର ପାଇ ଦୀର୍ଘ ୮ ବର୍ଷ ଧରି ବାପଘରେ ରହିଆସୁଥିବା ପ୍ରଥମ ପତ୍ନୀ ସ୍ଵାମୀଙ୍କ ବାରଣ୍ଡାରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ, କୋଚିଳା ଗ୍ରାମର ପ୍ରହଲ୍ଲାଦ ସାହୁ ଗତ ୨୦୧୩ ମସିହାରେ ବରକନ୍ଧା ଗ୍ରାମର ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ତ୍ରୀ ବାପଘରେ ଦୀର୍ଘଦିନ ହେବ ରହିଆସୁଥିଲେ । ଉଭୟ ମାମଲା କୋର୍ଟରେ ବିଚାରାଧୀନ ରହିଛି ।
ତେବେ ସ୍ଵାମୀଙ୍କ ଦ୍ବିତୀୟ ବିବାହ କଥା ଶୁଣି ପ୍ରଥମ ପତ୍ନୀ ଶାଶୁ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ମାତ୍ର ଶାଶୁଘରେ ତାଲା ପକାଇ ସ୍ଵାମୀ ତାଙ୍କର ଦ୍ବିତୀୟ ସ୍ତ୍ରୀ ଓ ଶ୍ବଶୁର, ଶାଶୁ ଘର ଲୋକ କେଉଁ ଆଡେ ପଳାଇ ଯାଇଛନ୍ତି । ପ୍ରଥମ ପତ୍ନୀ ଶାଶୁଘର ବାରଣ୍ଡାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।