ରାଜ୍ୟରେ ସାମ୍ବାଦିକ ଙ୍କ ପାଇଁ ପ୍ରଥମ ଯୋଜନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାମ୍ବାଦିକ ମାନଙ୍କ ର ବହୁ ପ୍ରତୀକ୍ଷା ର ଅନ୍ତ ଘଟିଛି। । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଏହି ସୁବିଧା ମିଳିବ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁହେଲେ ସେମାନଙ୍କ ପରିବାରଲୋକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏବଂ ଗୁରୁତର ଅସୁସ୍ଥ ବୀମାଭୁକ୍ତ ସାମ୍ବାଦିକଙ୍କ ଚିକିତ୍ସା ଖର୍ଚ୍ଚ ୨ ଲକ୍ଷରୁ ଅଧିକ ହେଲେ ଡିଏମଇଟିଙ୍କ ସ୍ୱୀକୃତି ଆଧାରରେ ସହାୟତା ରାଶିକୁ ବଢାଯାଇପାରିବ । ଏହାସହ ଗୃହ ନିର୍ମାଣ ପାଇଁ ୨୫ଲକ୍ଷ ପର୍ଯ୍ୟନ୍ତ ଋଣ, ଚାରିଚାକିଆ ଯାନ ପାଇଁ ୪ଲକ୍ଷ ପର୍ଯ୍ୟନ୍ତ ଋଣ, ମୃତ ସାମ୍ବାଦିକଙ୍କ ପିଲା ଙ୍କ ପାଠପଢ଼ା ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିମାସ ୧୫୦୦ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ପ୍ରତି ମାସ ୨୫୦୦ ଲେଖାଏଁ ଆର୍ଥିକ ସାହାଯ୍ୟ ମିଳିବ ଏବଂ ସାମ୍ବାଦିକଙ୍କ ଦକ୍ଷତା ବିକାଶ ପାଇଁ ଆଇଆଇଏମସି ଢେ଼ଙ୍କାନାଳ ରେ ହେବ ସ୍ୱତନ୍ତ୍ର ତାଲିମ କେନ୍ଦ୍ର।। ୩ ହଜାର ୨ ଶହ ୩୩ ଜଣ ସାମ୍ବାଦିକ ପୂର୍ବରୁ ଏଥିପାଇଁ ସ୍ୱୀକୃତି ପାଇଛନ୍ତି । ଜୁନ ପହିଲାରୁ ଏହା ଲାଗୁ ହେବ ।

Leave a comment