ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ପ୍ରଥମ ରୋଡ଼ ଶୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଆରମ୍ଭ କରିଛନ୍ତି ରୋଡ଼ ଶୋ । ଗତ ୩୦ ବର୍ଷ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ନଗନ୍ୟ ଥିବା ବେଳେ ଏଥର ପ୍ରିୟଙ୍କାଙ୍କ ମାଧ୍ୟମରେ ଭୋଟରଙ୍କୁ ହାତେଇବାର ଲକ୍ଷ୍ୟ ରଖିଛି କଂଗ୍ରେସ । କଂଗ୍ରେସର ଜେନେରାଲ ସେକ୍ରେଟାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏହା ପ୍ରିୟଙ୍କାଙ୍କର ପ୍ରଥମ ରୋଡ଼ ଶୋ ।

ଉତ୍ତରପ୍ରଦେଶ ଜୟ କଲେ କଂଗ୍ରେସ ପାଇଁ ଶାସନ ଡୋର ଧରିବା ସହଜ ହେବ ବୋଲି କୁହାଯାଉଛି । ତେଣୁ ଶେଷ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ମାଧ୍ୟମରେ ମାଷ୍ଟର ଷ୍ଟ୍ରୋକ୍‌ ମାରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ରାହୁଲ ଉତ୍ତରପ୍ରଦେଶ ଜୟ ପାଇଁ ପ୍ରସ୍ତୁତ କରିଛନ୍ତି ୟଙ୍ଗ୍‌ ବିଗ୍ରେଡ୍‌ । ସେଥିରେ ପ୍ରିୟଙ୍କାଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରହିଛନ୍ତି । ଆଜି ପ୍ରିୟଙ୍କାଙ୍କ ରୋଡ଼ ଶୋ ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଯୋଗଦେଇଛନ୍ତି । ଏୟାରପୋର୍ଟରୁ ନେହେରୁ ଭବନ ପର୍ଯ୍ୟନ୍ତ ୧୨କିମି ରାସ୍ତାରେ ଏହି ରୋଡ଼ ଶୋ ଚାଲିଛି ।

Leave a comment