ୟୁପି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୩ ମହିଳା ପ୍ରାର୍ଥୀଙ୍କ ଓ ୬୨୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ପାଇଁ ହେଉଛି ମତଦାନ
ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ପଶ୍ଚିମ ଭାଗରେ ଥିବା ୧୧ ଟି ଜିଲ୍ଲାରେ ୫୮ ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି।
ଆଜି ହେବାକୁଥିବା ମତଦାନରେ ୭୩ ମହିଳା ପ୍ରାର୍ଥୀଙ୍କ ସମେତ ୬୨୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।
ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ନିର୍ବାଚନ ଆୟୋଗ ଦ୍ଵାରା ଜାରି କରାଯାଇଥିବା କୋଭିଡ -19 ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ଅନୁଷ୍ଠିତ ହେଉଛି । ଏହା ୨୫,୮୪୯ ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେଉଛି ଏବଂ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି । ମେରଟ,ହାପୁର,ମୁଜାଫରନଗର,ବାଗପାଟ,ଗାଜିଆବାଦ,ବୁଲନ୍ଦଶାହର,ଆଲିଗଡ,ଆଗ୍ରା,ଗୌତମ ବୁଦ୍ଧ ନାଗର,ଏବଂ ମଥୁରା ଆଦି ୧୧ ଟି ଜିଲ୍ଲାର ଭୋଟର ମାନେ ମତଦାନ କରିବେ । ଆଜିର ମତଦାନରେ ପ୍ରାୟ ୨.୨୭ କୋଟି ଲୋକ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି।
ପ୍ରାୟ ୨୦କୋଟି ଲୋକ ବାସ କରୁଥିବା ରାଜ୍ୟ ଉତ୍ତରପ୍ରଦେଶରେ ମାର୍ଚ୍ଚ ୭ତାରିଖରେ ଶେଷ ହେବାକୁ ଥିବା ସାତୋଟି ପର୍ଯ୍ୟାୟରେ ଭୋଟ୍ ଦେବାର କାର୍ଯ୍ୟକ୍ରମ ରହିଛି ଓ ମାର୍ଚ୍ଚ ୧୦ ରେ ଭୋଟ୍ ଗଣନା ଆରମ୍ଭ ହେବ ।