ଭୁବନେଶ୍ୱର ଉପକଣ୍ଠରେ ଗୁଳିମାଡ, ପୁଅ ମୃତ ବାପା ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ହୋଇଛି ଗୁଳିମାଡ । ଗୁଳିମାଡରେ ପୁଅର ମୃତ୍ୟୁ ଘଟିଥିବା ବେଳେ, ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରକନ୍ତରା ଅଞ୍ଚଳର ଅଭିମନ୍ୟୁ ଜେନା ଓ ତାଙ୍କ ପୁଅ ଅନୀଲ ଜେନାଙ୍କ ପୁଅ ଉପରକୁ ଦୁର୍ବୃତ୍ତ ଗୁଳିମାଡ କରିଥିଲା । ଏହି ଗୁଳିମାଡରେ ଅନୀଲ ଛାତିରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ଅଭିଯୁକ୍ତ ଭତର ସାହୁ ଓରଫ ବାପି ବୁଧବାର ଦିନ ବାପପୁଅଙ୍କ ସହ ଗଣ୍ଡଗୋଳ କରିଥିଲା । ଏବଂ ଗଣ୍ଡଗୋଳ ସମୟରେ ଧମକ ଦେଇ କହିଥିଲା କି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରତିଶୋଧ ନେବ । ଆଉ ଆଜି ବାପି ହଠାତ ଆସି ବାପ ଅଭିମନ୍ୟୁ ଓ ତାଙ୍କ ପୁଅ ଅନିଲଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଛି ।