ପହିଲି ରଜରେ ଖୋର୍ଦ୍ଧାରେ ଗୁଳି ମାଡ଼, ଯୁବକ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ରଜରେ ଖୋର୍ଦ୍ଧାରେ ଫୁଟିଲା ଗୁଳି । ଏହି ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଲାଲା ପ୍ରଧାନ(୩୫)। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ବଡ ଶବର ସାହି ସକାଳ ସାଢେ ୭ଟା ସମୟରେ ଘଟିଛି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଗୋଟିଏ ଜୀବନ୍ତ ଗୁଳି, ୪ଟା ଖୋକା ଜବତ କରିଛି ।

ସୂଚନା ଅନୁଯାୟୀ, ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଅନୁମାନ କରୁଛି । ଏସଡିପିଓ ସୁଶିଲ ମିଶ୍ର କହିଛନ୍ତି, ଛ’ରାଉଣ୍ଡ ଗୁଳି ଫାଏରିଙ୍ଗ ହୋଇଥିବା ବେଳେ ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

Leave a comment