ଫୁଟିଲା ଗୁଳି, ପ୍ରତିବାଦରେ ରାସ୍ତାରୋକ, ଅଶାନ୍ତ କେନ୍ଦ୍ରାପଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ହୋଇଛି ଅଶାନ୍ତ । ଗତକାଲି କେନ୍ଦ୍ରାପଡାରେ ଫୁଟିଛି ଗୁଳି । କେନ୍ଦ୍ରାପଡା ତିନିମୁହାଣୀ ଅଞ୍ଚଳର ଗୁଲନଗର ଛକରେ ବିବେକାନନ୍ଦ ମହାରଣା ନସମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରିଛନ୍ତି କିଛି ଦୁର୍ବୃତ୍ତ । ବିବେକାନନ୍ଦଙ୍କ ପେଟରେ ଗୁଳି ବାଜିଛି । ଏହି ଗୁଳିକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ତିନିମୁହାଣୀ ଛକ ନିକଟରେ କଟକ – ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ, ବିବେକାନନ୍ଦ ସବୁଦିନ ପରି ଗତକାଲି ରାତିରେ ରାମମନ୍ଦିରରୁ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇଜଣ ଏକ ବାଇକରେ ଆସି ବିବେକାନନ୍ଦଙ୍କ ଉପରକୁ ଗୁଳି ଚାଲାଣ କରଥିଲେ । ବିବେକାନନ୍ଦଙ୍କ ପେଟରେ ଗୁଳି ବାଜିବାରୁ ସେ ଗୁରୁତର ହୋଇପଡିଛନ୍ତି । ବିବେକାନନ୍ଦଙ୍କୁ କେନ୍ଦ୍ରାପଡାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯଞ୍ଚ ଆରମ୍ଭ କରିଛି । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ବିବେକାନନ୍ଦଙ୍କୁ ଗୁଳି କରାଯାଇଥିବା ପୋଲିସ ଅନୁମାନ କରୁଛି ।

Leave a comment