ଦିନ ଦ୍ୱିପ୍ରହରେ ରାଜଧାନୀରେ ଫୁଟିଲା ଗୁଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଆଇଗିଣିଆ ଛକରେ ଦିନ ଦ୍ୱିପ୍ରହରେ କିଛି ଦୁର୍ବୃତ୍ତ ଗୁଳି ଫୁଟାଇବା ସହ ଆଇଗିଣିଆର ବିମ୍ବାଧର ସୁନ୍ଦରାୟ (୪୫)ଙ୍କୁ ଖଣ୍ଡା ଓ ଭୂଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିଥିବା ସୂଚନା ମିଳିଛି । ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି । ପୁଲିସ ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ରବିବାର ସକାଳେ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କ ପୁତୁରା ଲକି ତମାଣ୍ଡୋରେ ଥିବା ଜିମ ସେଟଂରଙ୍କୁ ଯାଇଥିଲା । ସେଠାରେ ସିଜୁଆର ଡମ୍ବରୁ ସହିତ କିଛି କାରଣ ବଶତଃ ପାଟିତୁଣ୍ଡ ହୋଇଥିଲା । ଡମ୍ବୁରୁ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଲକି ଘରେ ଜଣାଇବା ପରେ ବିମ୍ବାଧର ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ । ପୁଲିସ ଡମ୍ବରୁକୁ ଖୋଜିବାରୁ ସେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ।

ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଆଇଗିଣିଆ ଦୁର୍ଗମଣ୍ଡପ ନିକଟରେ ଥିବା କ୍ଲବରେ ବିମ୍ବାଧର ବସିଥିଲେ । ଏହି ସମୟରେ ସିଜୁଆର ୨୫ରୁ ଉର୍ଦ୍ଧ୍ୱ ପିଲା ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଆଦି ମାରଣାସ୍ତ୍ର ଧରି ସେଠାରେ ପହଂଚି ଆତଙ୍କ ଖେଳାଇଥିଲେ । ଅସ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲକିକୁ ଖୋଜିଥିଲେ । ଏପରିକି କ୍ଲବରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ବିମ୍ବାଧର ପ୍ରତିବାଦ କରିବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ । ଗୁଳିମାଡ କରିଥିଲେ । ସୌଭାଗ୍ୟବସତଃ ଗୁଳିଟି ତାଙ୍କ ମୋବାଇଲରେ ବାଜିବାରୁ ତାହା ବିସ୍ଫୋରଣ ହୋଇଥିଲେ ମଧ ତାଙ୍କ ଦେହରେ ଗୁଳି ବାଜିନଥିଲା । ପରେ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ମାତ୍ର କୌଣସି ବ୍ୟକ୍ତି ଏହାର ପ୍ରତିବାଦରେ କରିନଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତ ମାନେ ସେ ସ୍ଥାନରୁ ଖସି ପଳାଇଥିଲେ ।

ପୁଲିସ ଆହତଙ୍କୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତି କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ଗୁଳିମାଡ ଘଟଣାକୁ ପୁଲିସ ଖଣ୍ଡନ କରୁଥିବା ବେଳେ ଏକ ମୋବାଇଲ ଫାଟିଥିବା କହିଛି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି ।

Leave a comment