ଅଗ୍ନି ନିରାପତ୍ତା ସଚେତନତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ଅଗ୍ନି ନିରାପତ୍ତା ସଚେତନତା ଉପଲକ୍ଷେ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା। ଏହି ଦୌଡ଼ ବରମୁଣ୍ଡା ଫାଇଆର ଷ୍ଟେସନ ଠାରୁ ଆରମ୍ଭ ହୋଇ କଳ୍ପନା ଫାଇଆର ଷ୍ଟେସନ ପର୍ଯନ୍ତ ହୋଇଥିଲା। ମୁଖ୍ୟ ଅତିଥି ବି. କେ ଶର୍ମା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଦୌଡ଼ ରେ ୭୦୦ଜଣ ଭାଗ ନେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ରାଜେଶ କୁମାର ଆଇପିଏସ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଫୂଟବଲ ଖେଳାଳି, ଅନୁରାଧା ବିଶ୍ୱାଳ ଅଲମ୍ପିଅନ, ବି ବି ଦାସ ,ଶୁକାନ୍ତ ସେଠୀ, ଏମ ସ୍ୱାଇଁ,ବି ଘଡେଇ ଆଦି ଅନେକ ଅଗ୍ନିଶମ ବିଭାଗ ର ଅଫିସର ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୌଣସି ଅଘଟଣକୁ ଆଖିଆଗରେ ରଖି ୩ଟି ଆମ୍ବୁଲାନ୍ସ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଶୁକ୍ରବାର ଅଗ୍ନିଶମ ସେବା ସପ୍ତାହ ଉଦଯାପନୀ ଦିବସ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶର ଏକ ଅଗ୍ରଣୀ ସଂସ୍ଥା । ରାଜ୍ୟର ସମସ୍ତ ବ୍ଳକ ସମତେ ୩୨୬ଟି ସ୍ଥାନରେ ଅଗ୍ନିଶମ ସେବା କେନ୍ଦ୍ର ରହିଛି । ୫୬୦୦ ଅଗ୍ନିଶମ କର୍ମଚାରୀ ରାଜ୍ୟବାସୀଙ୍କୁ କେବଳ ଅଗ୍ନିବିପନ୍ନ ସମୟରେ ନୁହେଁ, ବରଂ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସେବା ଯୋଗାଇ ଆସୁଛନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ ।ଓଡ଼ିଶା ଫାୟାର ସେଫଟି ଆଣ୍ଡ ଫାୟାର ପ୍ରିଭେନସନ ରୁଲ-୨୦୧୭ ଅନୁସାରେ ଅଗ୍ନି ନିରାପତ୍ତା ଏବଂ ଅଗ୍ନି ନିର୍ବାପନ କ୍ଷେତ୍ରରେ ଖିଲାପକାରୀଙ୍କ କ୍ଷେତ୍ରରେ ବିଭାଗ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ତାହା ନିଶ୍ଚିତପକ୍ଷେ ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଆୟୋଜିତ ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବାସହ ଅଗ୍ନି ନିର୍ବାପନ ବେଳେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜନସେବାରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ୧୫ ଜଣଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଉତ୍ସବରେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା କହିଥିଲେ ଯେ, ଭୁବନେଶ୍ୱର ଫାୟାର ଓ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଠାରେ କେବଳ ଓଡିଶା ନୁହେଁ ବରଂ ତେଲେଙ୍ଗାନା, ନାଗାଲାଣ୍ଡ ଓ ରାଜସ୍ଥାନରୁ ଆଗ୍ନିକମାନେ ଏଠାରେ ଟ୍ରେନିଂ ନେଉଛନ୍ତି । ଏହି ଟ୍ରେନିଂ ସେଣ୍ଟରର ଗୁଣାତ୍ମକମାନର ବୃଦ୍ଧି ଲାଗି ଅନେକ ଯୋଜନା କରାଯାଇଛି । ଚଳିତବର୍ଷ ଅଣ୍ଡର ୱାଟର ଟେନିଂ ଲାଗି ଏକ ଅତ୍ୟାଧୁନିକ ସୁଇମିଂପୁଲ ନିର୍ମାଣ କରାଯିବ ।

ଉତ୍ସବରେ ଆଇଜି ରାଜେଶ କୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment