ରାଜ୍ୟରେ ନିଆଁ ବର୍ଷା : ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ରାଜ୍ୟରେ ନିଆଁ ବର୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ଵିନ୍ ସିଟିର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକରେ ରହିଥିଲା ୪୦.୫ ଡିଗ୍ରୀ । ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି ଅନୁଗୁଳ।
ଦିନର ସର୍ବୋଚ୍ଚ ତାପମାତ୍ର ଥିଲା ୪୩. ୭ ଡିଗ୍ରୀ। ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨୧ ତାରିଖରୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।