ଦିଲ୍ଲୀରେ ତାଜ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ

0

ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଏଥିରେ ବହୁ ସଂଖ୍ୟାରେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଧିକାରୀଙ୍କ ଅନୁସାରେ , ସୋମବାର ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସ ଟ୍ରେନ୍ର ୪ଟି ବଗିରେ ନିଆଁ ଲାଗି ଥିଲା। ଦୁର୍ଘଟଣା ତୁଗଲକାବାଦ-ଓଖଲା ମଧ୍ୟରେ ହୋଇଛି। ତାଜ୍ ଏକ୍ସପ୍ରେସର ୪ ବଗିରେ ଭୟଙ୍କର ଭାବେ ନିଆଁ ଲାଗିଥିଲା।

ସିପିଆରଓ , ଉତ୍ତର ରେଳ ଅନୁସାରେ, ଉକ୍ତ ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ର ବଗି ଗୁଡ଼ିକରେ ନିଆଁ କେମିତି ଲାଗିଲା , ଏହାର ସୂଚନା ସାମନାକୁ ଆସି ନାହିଁ ।

କୁହାଯାଉଛି କି , ଅପରାହ୍ନ ୪ଟା ୪୧ ସମୟରେ ଟ୍ରେନ୍ରେ ନିଆଁ ଲାଗିବାର ସୂଚନା ମିଳିଥିଲା। ଏହାପରେ ଅଧିକାରୀମାନେ ସେଠାରେ ପହଞ୍ଚି ଥିଲେ। ଘଟଣାସ୍ଥଳରେ ଦେଖା ଯାଇଥିଲା କି ତାଜ ଏକ୍ସପ୍ରେସ୍ ଟ୍ରେନର ୪ଟି ବଗିରେ ଭୀଷଣ ନିଆଁ ଲାଗିଥିଲା। ଟ୍ରେନ୍କୁ ରୋକି ଦିଆ ଯାଇଥିଲା। କେହି ଆହତ ହୋଇ ନାହାନ୍ତି । ସେପଟେ ରେଲୱେ ତରଫରୁ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ ହୋଇ ଯାଇଛି।

ଡିସିପି ରେଲୱେ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି କି ମୋଟ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠା ଯାଇଛି। ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।

Leave a comment