ମାଧବୀ ଟ୍ରେଡ଼ର୍ସରେ ଅଗ୍ନିକାଣ୍ଡ: ୩୦ରୁ ୪୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ

0

ପାଟଣାଗଡ଼ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡ଼ର୍ସ (ଫର୍ଣ୍ଣିଚର) ଦୋକାନରେ ଗତ ମଧ୍ୟ ରାତ୍ରିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ୍ ନିଆ ଲାଗିବା ଫଳରେ ସମ୍ପୃକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ଜିନିଷପତ୍ର ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବରପାଇ ପାଟଣାଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ୩ରୁ ୪ ଘଣ୍ଟା ଲାଗିଥିଲା। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଏଥିରେ ଆଖପାଖ ଘରେ ଲାଗିଯାଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ ଉକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ପ୍ରକାର ଜିନିଷ ପତ୍ର ସମ୍ପୂର୍ଣ୍ଣ ପୋଡିନଷ୍ଟ ହୋଇ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଦୋକାନି ଜଣକ କହିଛନ୍ତି। ପ୍ରାୟ ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଦୋକାନ ଗୁଡିକ ଖାଲି କରିଦେଇଥିଲେ। ଦମକଳ ବାହୀନୀରେ ପାଣି ସରିଯିବା ପରେ ପୁଣି କର୍ମଚାରୀ ମାନେ ନିକଟରେ ଥିବା ଏକ ପୋଖରୀରୁ ପାଣି ଆଣି ନିଆକୁ ଆୟତ୍ତ କରିବାରେ ସଫଲ ହୋଇଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ବୋଲି ଜଣାପଡିଛି। କ୍ଷତି ହୋଇଥିବା ଦୋକାନିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି।

Leave a comment