ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭୁଶୁଡ଼ି ପଡ଼ିଲା ଜାକର୍ତ୍ତାର ବିଶାଳ ଗମ୍ବୁଜ; ଦେଖନ୍ତୁ ଭିଡ଼ିଓ
ଇଣ୍ଡୋନେସିଆର ଜାକର୍ତ୍ତାରେ ଥିବା ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜରେ ବୁଧବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ହୋଇ ଭୁଶୁଡ଼ିପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ଫୁଟେଜରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ମସଜିଦର ଗମ୍ବୁଜ ବା ଉପରି ଭାଗରେ ହୁତୁ ହୁତୁ ହୋଇ ନିଆଁ ଜଳୁଛି। ଗଲ୍ଫ ଟୁଡେ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ମୃତାହତ ଖବର ମିଳିପାରିନାହିଁ।
🇮🇩 The dome of the Grand Mosque of the Islamic Center collapsed in #Jakarta, #Indonesia's capital pic.twitter.com/nJ4ruaXN9D
— The informant (@theinformantofc) October 19, 2022
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମରାମତି ସମୟରେ ମସଜିଦର ଗମ୍ବୁଜରେ ନିଆଁ ଲାଗି ସବୁକିଛି ଛାରଖାର ହୋଇଯାଇଥିଲା। ଅତି କମରେ ଦଶଟି ଅଗ୍ନିଶମ ବାହିନୀ ନିୟୋଜିତ ହେବା ପରେ ସ୍ଥାନୀୟ ସମୟ ୩ଟା ପରେ ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ଫୁଟେଜରେ ଦେଖିବାକୁ ମିଳିଛି ଯେ, ମସଜିଦ ଭୁଶୁଡ଼ିବା ପୂର୍ବରୁ ଗମ୍ବୁଜରୁ ନିଆଁ ଓ ଧୂଆଁ ବାହାରୁଥିଲା।
ସୋସିଆଲ ମିଡିଆରେ ନିଆଁର ଭିଡିଓ ଭାଇରାଲ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଗଣମାଧ୍ୟମ କହିଛି ଯେ କେଉଁ କାରଣରୁ ମସଜିଦରେ ନିଆଁ ଲାଗିଲା, ପୋଲିସ ଅନୁସନ୍ଧାନ କରୁଛି ଏବଂ କାମ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯାଉଛି।