ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲେ ୪ ଜଣ

ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ମାର୍କେଟ୍ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା ।
ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ’ ରୁମରେ ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଶୋ’ ରୁମରେ ଏକ ଇଲେକଟ୍ରୋନିକ୍ ଶୋ’ ରୁମ୍ ଥିବା ବେଳେ ଏକ ସ୍ପୋର୍ଟ୍ସ ଶୋ’ ରୁମ୍ ବି ରହିଥିଲା । ଗତକାଲି ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଉକ୍ତ ଶୋ’ ରୁମରେ ବହୁତ ଲୋକ ଥିଲେ । ଅନ୍ୟମାନେ ଧାଁଦୌଡ଼ କରି ବାହାରି ଯାଇଥିବା ବେଳେ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ । ୩ ଜଣ ଶୋ’ ରୁମ୍ ଭିତରେ ଜଳି ଯାଇଥିବା ବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ନିଆଁ ଏତେ ଭୟଙ୍କର ଭାବେ ଲାଗି ଯାଇଥିଲା ଯେ, ଏହାକୁ ଲିଭାଇବାକୁ ୮୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଏଥିସହ ସେନାର ବି ସହାୟତା ନିଆ ଯାଇଥିଲା। ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟା ଚାଲିଥିଲା ରେସକ୍ୟୁ ଅପରେସନ୍ । ସେନା ସହିତ ପୋଲିସ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲା ।
ପ୍ରଥମେ ମାର୍କେଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।