ଝିଅ ନୁହେଁ ତୁ କରୋନା, କହି ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୀତ ଗାଇ ଫସିଲେ ହ୍ୟୁମାନ ସାଗର । ‘ ଝିଅ ନୁହେଁ ତୁ କରୋନା ଭାଇରସ ‘ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଅନେକ ସମାଲୋଚନର ଶିକାର ହେବାକୁ ପଡିଛି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ । ଏହାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ନାଁରେ କଟକ ମହିଳା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସମଗ୍ର ବିଶ୍ୱ କରୋନା ଭାଇରସକୁ ନେଇ ଚିନ୍ତାରେ ଥିବା ସମୟରେ ଏହି ଭାଇରସକୁ ଝିଅ ସହ ତୁଳନା କରି ଗୀତ ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଟ୍ରୋଲ ହେବାକୁ ପଡିବା ସହ ତାଙ୍କ ବିରୁଦ୍ଧରେ କଟକ ମହିଳା ଥାନାରେ ଏତଲା ଦିଆଯାଇଛି ।

Leave a comment