ବିଧାୟକ ଜୟନାରାୟ ମିଶ୍ରଙ୍କ ବିରୋଧରେ ଥାନାରେ ଏତଲା
ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ବିଜେପି ବିଧାୟକ ଜୟନାରାଣ ମିଶ୍ରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ତାଙ୍କ ବିରୋଧରେ ସମ୍ବଲପୁର ସଦର ତହସିଲଦାର ଥାନାରେ ଏତଲା ଦାୟର କରିଛନ୍ତି । ସମ୍ବଲପୁର ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସମ୍ବଲପୁରର କ୍ଷତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲ୍ଲୀ ବସ୍ତି ଉଚ୍ଛେଦ ଚାଲିଥିଲା । ଏହି ସମୟରେ ବିଧାୟକ ପହଁଚି ସେଠାରେ ପାଟିତୁଣ୍ଡ କରିଥିଲେ । ଏପରିକି ତହସିଲଦାରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ସର୍ବସମ୍ମୁଖରେ ବିଧାୟକ ଜଣେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତହସିଲଦାର ଏନେଇ ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ଉକ୍ତ ଏତଲାତକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।