ଅଡୁଆରେ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ
ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବେ ଅଡୁଆରେ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଭାରତୀୟ ପେନାଲ କୋଡ୍ (ଆଇପିସି)ର ଧାରା ୪୦୯ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାସିନ୍ଦା ଜସୱନ୍ତ ଶାହା ଗୌରୀଙ୍କ ନାଁରେ ଅଭିଯୋଗ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ତୁଲସିଆନି କନଷ୍ଟ୍ରକସନ୍ ଆଣ୍ଡ ଡେଭଲପର୍ସ ଲିମିଟେଡ୍ ସିଏମଡି ଅନିଲ କୁମାର ତୁଲସିଆନି, ଡାଇରେକ୍ଟର୍ ମହେଶ ତୁଲସିଆନି ଏବଂ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଗୌରୀ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।
ଏଫ୍ଆଇଆର୍ ଅନୁଯାୟୀ, ବିଲଡରମାନେ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳର ତୁଲସିଆନି ଗଲ୍ଫ ଭ୍ୟୁରେ ଥିବା ଏକ ଫ୍ଲାଟ ପାଇଁ ଜସୱନ୍ତଙ୍କଠାରୁ ପ୍ରାୟ ୮୬ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ମଧ୍ୟ ସେମାନେ ଫ୍ଲାଟକୁ ଅନ୍ୟ କାହାକୁ ଦେଇଥିଲେ। ଏଫଆଇଆରରେ ଗୌରୀ ଖାନଙ୍କ ନାମ ଯୋଡିବାର କାରଣ ବର୍ଣ୍ଣନା କରି ଜସୱନ୍ତ କହିଛନ୍ତି, ବ୍ରାଣ୍ଡ୍ ଆମ୍ବାସାଡର ଗୌରୀ ଖାନଙ୍କ ପ୍ରଚାର- ପ୍ରସାର ଦ୍ୱାରା ପ୍ରଭାବିତ ହେବା ପରେ ସେ ଫ୍ଲାଟ ବୁକ୍ କରିଥିଲେ।