ବାର ଅନୁସାରେ ଜାଣନ୍ତୁ ଶିଶୁର ସ୍ଵଭାଵ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେପରି ବ୍ୟକ୍ତିର ରାଶି, ଗ୍ରହ ଏବଂ ନକ୍ଷତ୍ର ଦେଖି ବ୍ୟକ୍ତିର ବ୍ୟକ୍ତିତ୍ଵ, ସ୍ଵଭାବ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ, ସେହିପରି ଜ୍ୟୋତିର୍ବିଦଙ୍କ ଅନୁସାରେ ବ୍ୟକ୍ତିର ଜନ୍ମବାର ଦେଖି ମଧ୍ୟ ବ୍ୟକ୍ତିର ସ୍ଵଭାବ ଓ ଚାଲିଚଳନ ବିଷୟରେ ଜାଣି ହୋଇଥାଏ। ତେବେ ଏହି ଆମେ ଆପଣ ମାନଙ୍କୁ ଜନ୍ମବାର ମାନଙ୍କରେ ଜନ୍ମ ନେଇଥିବା ଲୋକଙ୍କର ଲକ୍ଷଣ ଓ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ।

ରବିବାର :
ଯେଉଁ ଲୋକମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ସ୍ଵଭାବରେ ଅଭିମାନୀ, କ୍ରୋଧୀ, କର୍ମମଠ, ରୀତିକ୍ରମ ରେ ପାରଙ୍ଗମ, ମିଷ୍ଠବାସୀ, ଭ୍ରମଣ ପ୍ରିୟ, ଧାର୍ମିକ ଏବଂ ଭକ୍ତିମତ ହୋଇଥାନ୍ତି ।

ସୋମବାର :
ଯେଉଁ ଲୋକମାନେ ସୋମବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ସ୍ଵଭାବରେ ଅଳସୁଆ, ଧୀର ନୀତି, ପ୍ରିୟଭାଷୀ, ଭୋଗ ବିଳାସୀ ପୂର୍ଣ୍ଣ, ରୀତିକାର୍ଯ୍ୟରେ ଉତ୍ତେଜିତ, ସ୍ତ୍ରୀକୁ ସୁଖ ପ୍ରଦାନକାରୀ, ନ୍ୟାୟ ପରାୟଣ, ଶାନ୍ତ, ସରଳ, ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି। ଏମାନେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

ମଙ୍ଗଳବାର :
ଯେଉଁ ଲୋକମାନେ ଏହି ବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ସାହାସୀ, ଚଳଚଞ୍ଚଳ, ଶତ୍ରୁ ବିରୋଧୀ, ବୁଦ୍ଧିମାନ, ବିଦ୍ୟାପ୍ରବୀଣ, କାର୍ଯ୍ୟ କରିବାରେ କୌଶଳ, ରୀତି ସୁଖରେ ସୁଖୀ ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି।ଏମାନେ ଅନ୍ୟର ସୁଖ ଦେଖି ସହ୍ୟ କରି ପାରନ୍ତି ନାହିଁ ଏବଂ ସର୍ବଦା ଅନ୍ୟମାନଙ୍କୁ ସହଯୋଗ କରିଥାନ୍ତି।

ବୁଧବାର :
ଯେଉଁ ଲୋକମାନେ ଏହି ବାରରେ ଜନ୍ମ ହୋଇଥାନ୍ତି, ସେମାନେ ସ୍ୱଭାବରେ ଗଭୀର ଚିନ୍ତା ମଗ୍ନ, ନ୍ୟାୟଧିଶ, ସର୍ବଗୁଣସମ୍ପର୍ଣ୍ଣ, ଅତିଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ବିଳାସ ପ୍ରିୟ, ଅନୈତିକ କାର୍ଯ୍ୟରେ ଲୁପ୍ତ, କୂଟନୀତିରେ ପାରଙ୍ଗମ ହୋଇଥାନ୍ତି।

ଗୁରୁବାର :
ଯେଉଁ ଲୋକମାନେ ଏହି ବାରରେ ଜନ୍ମ ହୋଇଥାନ୍ତି, ସେମାନେ ସବୁ ଗୁଣର ଅଧିକାରୀ ହୋଇଥାନ୍ତି । ଅର୍ଥାତ ଏମାନେ ବିଦ୍ୟା ଓ ବୁଦ୍ଧିରେ ପାରଙ୍ଗମ, ହିଂସାତ୍ମକ, ଶାସ୍ତ୍ର ଓ ଧର୍ମରେ ପାରଙ୍ଗମ, ଜ୍ଞାନୀ, ଧନବାନ, କୋମଳ, ଚତୁର, ଦୟାଳୁ, ଉଚ୍ଚ ଅଭିଳାଶୀ, ଧାର୍ମିକ ଏବଂ ଗୁଣୀ ସ୍ଵଭାବର ହୋଇଥାନ୍ତି।

ଶୁକ୍ରବାର :
ଯେଉଁ ଲୋକମାନେ ଏହି ବାରରେ ଜନ୍ମ ହୋଇଥାନ୍ତି, ସେମାନେ ନୀତି ନିୟମ ପରାୟଣ, କଠୋର, ପରୋପକାରୀ, ଭ୍ରମଣ ପ୍ରିୟ, କାମ ବିଳାଷୀ, ନେତୃତ୍ଵବାଦୀ, ଶାନ୍ତ, ଆକର୍ଷିତ, ସଚ୍ଚୋଟ, ଏବଂ ନ୍ୟାୟବାଦୀ ସ୍ଵଭାବର ହୋଇଥାନ୍ତି।

ଶନିବାର :
ଯେଉଁ ଲୋକମାନେ ଏହି ବାରରେ ଜନ୍ମ ହୋଇଥାନ୍ତି, ସେମାନେ କ୍ଷଣକପି, ଚଞ୍ଚଳମତୀ, ବହୁ ଗୁଣର ଅଧିକାରୀ, ତାମସୀ ବିଦ୍ୟାରେ ପ୍ରବୀଣ, ପରଧନ ଲୋଭୀ, ଯଶସ୍ଵୀ, ଭୋଗବିଳାଷୀ, ଚତୁର, ତୀକ୍ଷ୍ଣ ବୁଦ୍ଧି, ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି। ଏମାନେ ବହୁତ କଳା ଓ ସଙ୍ଗୀତ ପ୍ରେମୀ ମଧ୍ୟ ହୋଇଥାନ୍ତି।

Leave a comment