ବିବାହ ପୂର୍ବରୁ ଜାଣନ୍ତୁ ନିଜ ଜୀବନସାଥୀର ଏହି ସବୁ ବିଷୟରେ

0

ଜୀବନସାଥୀ ବାଛିବା ପୂର୍ବରୁ ସବୁବେଳେ କିଛି ନା କିଛି ପ୍ରଶ୍ନ ଆସିଥାଏ ମନରେ । ତେବେ ଯଦି ଆପଣ ନିଜ ଜୀବନସାଥୀ ବାଛୁଛନ୍ତି, ତେବେ ଚାଣକ୍ୟ ଶାସ୍ତ୍ର ଅନୁସାରେ ଏଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ:

-ଚାଣକ୍ୟ କହିଛନ୍ତି, ଜୀବନସାଥୀଙ୍କ ମଧ୍ୟରେ ଧୈର୍ଯ୍ୟ ଗୁଣ ରହିବା ଜରୁରୀ ଅଟେ । ଏହି ଗୁଣ ଉଭୟଙ୍କ ଠାରେ ଥିଲେ ଜୀବନ ଅଧିକ ଖୁସି ଓ ସରସ ସୁନ୍ଦର ହୋଇଥାଏ ।

– ଚାଣକ୍ୟଙ୍କ ନୀତି ଅନୁସାରେ, କେବଳ ସାଥିକୁ ନୁହେଁ, ବରଂ ତାଙ୍କ ପରିବାର, ଗୁଣ ଓ ଚରିତ୍ର ଆଧାରରେ ଜୀବନ ସାଥି ଚୟନ କରିବା ଉଚିତ୍ । ଝିଅଘର ଲୋକ ମଧ୍ୟ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ୍ ।

– ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।

– ଜୀବନସାଥି ବାଛିବାରେ ଧାର୍ମିକ ଭାବନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହା ଜାଣିବା ଉଚିତ୍ ଯେ ଜୀବନସାଥିଙ୍କ ଧର୍ମ ଉପରେ କେତେ ବିଶ୍ୱାସ ରହିଛି । କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ୍ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଓ କର୍ମ ଉପରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ।

– ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ । ଏଣୁ ରାଗି ମଣିଷଙ୍କ ସହ ଜୀବନ ବିତାଇବା କଷ୍ଟକର । ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନ ସାଥି କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ୍ । କାରଣ ରାଗ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

Leave a comment