Tokyo Olympic,ଆଜି କମଲପ୍ରୀତ ଡିସକସ ଫାଇନାଲରେ ଭାରତର ମୁକାବିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ଖୁସିର ଦିନ । ମହିଳା ବର୍ଗ ଡିସ୍କସ୍ ଥ୍ରୋ ଆଜି ହେବ ହେବିଓ୍ୱେଟ ମୁକାବିଲା । ଫାଇନାଲ୍ ଭାରତର ହେବ କଡ୍ଡା ମୁକାବିଲା । ଆଜି କମଲପ୍ରୀତ କୌରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଅପରାହ୍ନ ୪ଟା ୩୦ରେ ମଇଦାନକୁ ଓହ୍ଲାଇବେ କମଲପ୍ରୀତ । ଭାରତର କମଲପ୍ରୀତ କୌର ଯୋଗ୍ୟତା ରାଉଣ୍ଡରେ ୬୪ ମିଟର ଡିସ୍କସ୍ ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
ଆଜି ଭାରତ ପାଇଁ ଐତିହାସିକ ସଫଳତା ଅର୍ଜନ କରିବାର ସୁଯୋଗ ରହିଛି । ଆଜି ପର୍ଯ୍ୟନ୍ତ ଫିଲ୍ଡ ଇଭେଣ୍ଟରେ କୌଣସି ଭାରତୀୟ ପଦକ ଜିତି ନାହାନ୍ତି । କମଲପ୍ରୀତ ଏହି ଖାଲି ସ୍ଥାନ ପୂରଣ କରିବାର କ୍ଷମତା ରଖିଛନ୍ତି । ଅନ୍ତର୍ଜାତୀୟ ଷ୍ଟାର୍ମାନଙ୍କ ମଧ୍ୟରେ ଭାରତୀୟମାନେ ମଧ୍ୟ ନିଜ ନିଜର କ୍ୟାରିୟର୍ରେ କିଛି ସ୍ମରଣୀୟ ଫର୍ଦ୍ଦ ଯୋଡିବାକୁ ପ୍ରୟାସ କରିବେ।