ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥିର ବଜେଟରେ ସରକାର କାହାକୁ ପ୍ରାଥମିକତା ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ କରିବେ । ଚଳିତ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୧ଲକ୍ଷ ୩୮ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବିଧାନସଭାରେ ବଜେଟ୍ ଆଗତ ହେବା ପୂର୍ବରୁ ଚିଠା ବଜେଟକୁ ଗତ ୨୦ ତାରିଖରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି ।

ସୂଚନା ଅନୁଯାୟୀ, ଏଥର ବଜେଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମି, ସ୍ବୟଂ ସହାୟକ ଗୋଷ୍ଠୀ, କାଳିଆ ଆଦି ଯୋଜନା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଭିତ୍ତିଭୂମି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସେହିପରି କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଅତିରିକ୍ତ ୩ହଜାର ୨ଶହ ୩୪କୋଟି ଟଙ୍କା ଆବଶ୍ୟକ ହେବ ।

Leave a comment