ଅନୈତିକ ସମ୍ପର୍କ ମାମଲା; ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ ଅଭିଯୋଗରେ ମାଲାୟଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକାନାଡ ସ୍ଥିତ ଇନ୍‌ଫୋପାର୍କ ପୋଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ଲିଜୁଙ୍କୁ ନିଜ ହେପାଜତକୁ ନେଇଥିଲା।। ତାଙ୍କ ଗିରଫଦାରୀ ଯୋଗୁଁ ତାଙ୍କ ଫିଲ୍ମ ମଧ୍ୟ ଅଟକି ଯାଇଛି।

ସୂଚନା ଅନୁଯାୟୀ, ଲିଜୁଙ୍କୁ ରବିବାର କିନ୍ନୁର ସ୍ଥିତ ମଟ୍ଟୁନ୍ନୁର ନାମକ ଏକ ସ୍ଥାନରୁ ଗିରଫ କରାଯାଇଛି। ଯାହା ତାଙ୍କ ଫିଲ୍ମର ଲୋକେସନ ଥିଲା। ଲିଜୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ କହିବା ଅନୁଯାୟୀ, ଡିସେମ୍ବର ୨୦୨୦ରୁ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଉକ୍ତ ନିର୍ଦ୍ଦେଶକ ଜଣକ ତାଙ୍କୁ ଶୋଷଣ କରିଛନ୍ତି। ଦୁହିଁଙ୍କ ସାକ୍ଷାତ ସୋସିଆଲ ମିଡିଆ ଜରିଆରେ ହୋଇଥିଲା। ଲିଜୁ ଉକ୍ତ ମହିଳାଙ୍କ ସହ ଲିଭ୍‌ ଇନ୍‌ରେ ମଧ୍ୟ ରହୁଥିଲେ। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ଦ୍ଦେଶକ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ପରେ ଲିଜୁ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଏହାକୁ ନେଇ ମହିଳା ଜଣକ ବାଧ୍ୟ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ ।

Leave a comment