ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଦର୍ଶିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ରିତୁପ୍ରିୟା ପ୍ରଡକ୍ସନ୍ସର ଏକ ବଡ ବଜେଟର ଚଳଚିତ୍ର “ଡାଲଚିନି”। ଅତିଶ କୁମାର ରାଉତଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ସିମଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି। ଦେଶ ବିଦେଶରୁ ଆସିଥିବା ବହୁ ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ପୂର୍ଣ୍ଣାଙ୍ଗ ଚଳଚିତ୍ର ଭାବେ ଏହା ସ୍ଥାନ ପାଇଛି। ମହୋତ୍ସବରେ ପ୍ରଯୋଜକ ଅତିଶ କୁମାର ରାଉତ ଓ କାହାଣୀ ଏବଂ ସଂଳାପ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ ଉପସ୍ଥିତ ରହି ସମ୍ମାନିତ ହୋଇଥିଲେ।
ପ୍ରଯୋଜକ ଅତିଶ କୁମାର ରାଉତ ଦୀର୍ଘ ଦିନ ପରେ ଏକ ବଡ ବଜେଟର ଚଳଚିତ୍ର ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ରଟିରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳରେ ଉପଭୋଗକୁ ଦର୍ଶାଯାଇଛି । ଏହା ଶିଶିର ସାହୁ ଓ ପିନାକୀ ସିଂଙ୍କ ପ୍ରଥମ ନିର୍ଦ୍ଦେଶନାର ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଅଟେ । କାହାଣୀ ଓ ସଂଳାପ ମଧ୍ୟ ଜିତେନ୍ଦ୍ରିୟ ପ୍ରଧାନଙ୍କ ପ୍ରଥମ ଚଳଚ୍ଚିତ୍ର।
ଭାରତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଜେରୀ ସିଲବଭେଷ୍ଟର ଭିନସେନଟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁପ୍ରିୟା ରାଉତଙ୍କ ସହ ପ୍ରଯୋଜନାରେ ନାୟକ ପାର୍ଥସରଥୀ ରାୟ ଓ ନାୟିକା ସୂର୍ଯ୍ୟମୟୀଙ୍କୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନର ଅଭିଜ୍ଞ ଓ ଅନୁଭବୀ କୁଶଳୀ ଟେକନିସିଆନଙ୍କ ଦ୍ଵାରା ଚଳଚ୍ଚିତ୍ରଟି ନିର୍ମିତ ହୋଇଛି ।
ଯଦିଓ ଯୁବପିଢିଙ୍କୁ ନଜରରେ ରଖି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି କିନ୍ତୁ ସବୁ ପିଢ଼ିର ଦର୍ଶକଙ୍କୁ ନିଶ୍ଚୟ ମନକୁ ଛୁଇଁବ ବୋଲି ଯୁବ ନିର୍ଦେଶକ ଶିଶିର ଓ ପିନାକୀ କୁହନ୍ତି। ଏହା ଓଡ଼ିଶାର ଏକ ମାଇଲ ଖୁଣ୍ଟ ଚଳଚ୍ଚିତ୍ର ହୋଇ ରହିବ ବୋଲି ମଧ୍ୟ ସେମାନେ କୁହନ୍ତି। ତେବେ ଏହି ପରିକଳ୍ପନାକାକୁ ନେଇ ପ୍ରଯୋଜକ ଅତିଶ କୁମାର ରାଉତଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।