ନକଲି ଡାକ୍ତର ଗିରଫ : ୫ ରାଜ୍ୟରେ ୧୩ ପତ୍ନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଜଣେ ଲୋକ ନିଜକୁ ଡାକ୍ତର ପରିଚୟ ଦେଇ କୋଟି କୋଟି ହଡପ କରିବା ସହ ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଖବର ମିଳିବା ପରେ କମିଶନରେଟ୍‌ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ- କେନ୍ଦ୍ରାପଡା ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ (୬୧)।

ସୂଚନା ଥାଉକି, ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଥିଲେ । ଏହା ସହ ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଜଣାପଡିଛି । ଏହି ୧୩ ଜଣ ସ୍ତ୍ରୀ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଉକ୍ତ ୧୩ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ। ଠକେଇ ମାମଲାରେ ୨୦୧୧ରେ ଆନ୍ଧ୍ର ପୋଲିସ ଗରିଫ କରିଥିଲା ତାଙ୍କୁ । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ଦେଖିବାକୁ ମିଳିଛି । ତେବେ ଏହି ଡାକ୍ତରଙ୍କୁ ବାନ୍ଧିବାରେ କମିଶନରେଟ୍‌ ପୁଲିସ୍‌ ସଫଳ ହୋଇଛି । ଏ ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।

Leave a comment