ପୁଅ ଭାଙ୍ଗିଲା ଟ୍ରାଫିକ୍ ନିୟମ, ୬ ହଜାର ତଣ୍ଡ ଗଣିଲେ ବାପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରାଫିକ୍ ନିୟମ ଏବେ କଡାକଡି ଭାବରେ ଯାଂଚ୍ କରାଯାଉଛି । ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି । କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବାରୁ ତାଙ୍କ ବାପାଙ୍କୁ ଜରିମାନା ଦେବାକୁ ପଡିଛି । ତିନି ମାସର କଣ୍ଟ ପୁରିବା ପରେ ଏବେ ଟ୍ରାଫିକ୍ ପୋଲିସମାନେ ତତ୍ପର ଅଛନ୍ତି । ଏଥିପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇଛି । ଏହି ମଧ୍ୟରେ ଆଜି କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଛନ୍ତି । ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ । ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଛି । ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ।

ନୂଆ ମୋଟର ଯାନ ଆଇନ ଅନୁଯାୟୀ, ମଦ୍ୟପାନ କରି ଗାଡି ଚଳାଇଲେ ୧ହଜାର ଟଙ୍କା ଫାଇନ୍, ଦ୍ରୁତ ଗତିରେ ଗାଡି ଚଳାଇଲେ ୫ହଜାର, ଟ୍ରାଫିକର ବୀପରିତ ଦିଗରେ ଗାଡି ଚଳାଇଲେ ୫ହଜାର, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ହଜାର, ୨ ଚକିଆରେ ୩ଜଣ ଗଲେ ୫ହଜାର, ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର, ରେଡ ଲାଇଟକୁ ଅବମାନନା କଲେ ୫ ହଜାର, ହେଲମେଟ ନପିନ୍ଧିଲେ ୧ହଜାର ଓ ସିଟ୍ ବେଲ୍ଟ ନପିନ୍ଧିଲେ ୧ ହଜାର ଗଣିବେ । ରାଜଧାନୀର ରୂପାଲି ଛକରେ ଲାଗିଛି ଅଟୋମେଟିକ୍ ନମ୍ଵର ପ୍ଲେଟ ରିଡର ମେସିନ୍ । ଏହା ସାହାଯ୍ୟରେ ଗାଡିର ନମ୍ଵର ପ୍ଲେଟ ସ୍କାନ ହୋଇ ସିଧା ଡାକ ଯୋଗେ ମୋଟା ଅଙ୍କର ଫାଇନ୍ ଚାଲାଣ ଆପଣଙ୍କ ଘରେ ପହଁଚିବ ।

Leave a comment