ଉପବାସ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ

0

ଲୋକମାନେ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଏକ ଭଲ ଉପାୟ ରହିଛି । ଯାହାକୁ ଗ୍ରହଣ କଲେ ଆପଣମାନଙ୍କ ଶରୀର ସୁସ୍ଥ ରହିପାରିବ । ସପ୍ତାହରେ ଥରେ ଉପବାସ ରହିବାଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପଡିଥାଏ । ଏହା ଆମ ଶରୀର ଉପରେ ବ୍ୟାୟାମ ଭଳି କାମ କରେ । ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ଉପବାସ କରିବା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ । ।ଏହି ସମୟରେ ପ୍ରଚୁର ମାତ୍ରାରେ ପାଣି ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ସପ୍ତାହରେ ଥରେ କିମ୍ବା ଦୁଇଥର ଉପବାସ ରହିଲେ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଫିଟନେସରେ ଉନ୍ନତି ଆଣେ ।

• ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ଆମ ଶରୀରରେ ଥିବା ଚର୍ବି ଶକ୍ତି ହ୍ରାସ ପାଏ। ଯାହା ଆମ ଓଜନକୁ ନିୟନ୍ତ୍ରଣ ରଖେ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ସପ୍ତାହରେ ଥରେ ଉପବାସ ରହିବା ଉଚିତ୍ ।
• ମାନସିକ ସ୍ୱାସ୍ଥ୍ୟ ପାଇଁ ଉପବାସ ମଧ୍ୟ ବହୁତ ଲାଭଦାୟକ ଅଟେ । ଉପବାସ ପରେ ରକ୍ତରେ ଏଣ୍ଡୋରଫିନ୍ ସ୍ତର ବସିଯାଏ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ଅଟେ ।
• ଅନ୍ତନଳୀକୁ ସୁସ୍ଥ ରଖିବା ପାଇଁ ସପ୍ତାହରେ ଥରେ ଉପବାସ କରିବା ଦ୍ୱାରା ଅନ୍ତନଳୀକୁ ବହୁତ ଲାଭ ମିଳିଥାଏ ।
• ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ସପ୍ତାହରେ ଥରେ ଉପବାସ କରିବା ଉଚିତ୍ । ରୋଗର ଆଶଙ୍କା ହ୍ରାସ ହୁଏ ।
• ଦ୍ରୁତ ଗତିରେ ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ । ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ସପ୍ତାହରେ ଥରେ ଉପବାସ ରହିବା ଉଚିତ୍ ।
• ସପ୍ତାହରେ ଗୋଟିଏ ଦିନ ଉପବାସ କଲେ ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

Leave a comment