ସାଧାରଣ ବଜେଟ : କୃଷକଙ୍କ ପାଇଁ ବଡ଼ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022-23ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ସରକାର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ସିଧାସଳଖ ଏଥର କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ଚଳିତବର୍ଷ ୧୬୩ ଲକ୍ଷ କୃଷକଙ୍କଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଓ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏମଏସପି ଜରିଆରେ କୃଷକଙ୍କ ଖାତାକୁ ସରକାର ୨ ଲକ୍ଷ ୩୭ ହଜାର କୋଟି ଟଙ୍କା ପଠାଇଛନ୍ତି । ଏହାସହିତ କୀଟନାଶକ ମୁକ୍ତ ଫସଲକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

କୃଷି ସମ୍ପର୍କିତ ଘୋଷଣା
• କୃଷକଙ୍କୁ ଡିଜିଟାଲ ଓ ହାଇଟେକ୍ କରିବା ପାଇଁ ପିପିପି ମୋଡରେ ନୂଆ ଯୋଜନା ଆରମ୍ଭ ହେବ । ଯେଉଁ କୃଷକ ପବ୍ଲିକ ସେକ୍ଟର ରିସର୍ଚ୍ଚ ସହିତ ଜଡ଼ିତ ଅଛନ୍ତି ସେମାନଙ୍କୁ ଲାଭ କରିବାମିଳିବ ।
• କୃଷକଙ୍କୁ ଡିଜିଟାଲ ଓ ହାଇଟେକ୍ ପାଇଁ ପିପିପି ମଡେଲରେ ଯୋଜନା ଆରମ୍ଭ ହେବ ।
• ଜିରୋ ବଜେଟ୍ ଚାଷ ଓ ଅର୍ଗାନିକ୍ ଚାଷ, ଆଧୁନିକ କୃଷି ଉପରେ ଗୁରୁତ୍ୱ ଦିଆଯିବ।
• କେନ୍-ବେତାବ ନଦୀ ସଂଯୋଗୀକରଣ ଯୋଜନାର ଘୋଷଣା । ଏହି ଯୋଜନା ପାଇଁ ୪୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ୯୦ ହଜାର କୃଷକ ଲାଭାନ୍ୱିତ ହେବେ ।
• ଫସଲ ମୂଲ୍ୟାଙ୍କନ,ଭୂମି ରେକର୍ଡ୍ କିଟନାଶକ ସିଞ୍ଚନ ପାଇଁ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହନ ।
• ନାବାର୍ଡ୍ ମାଧ୍ୟରେ କୃଷକଙ୍କ ପାଇଁ ପାଣ୍ଠିର ସୁବିଧା ।
• ଷ୍ଟାର୍ଟ୍ ଅପ୍ ଏଫପିଓକୁ ସାହାଯ୍ୟ କରି କୃଷକଙ୍କୁ ହାଇଟେକ୍ କରାଯିବ ।
• କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରାଯିବ ।
• ସମ୍ପୂର୍ଣ୍ଣ ଦେଶରେ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ ।

Leave a comment