ଶୁକ୍ରବାର ସ୍ଥଳଭାଗ ଛୁଇଁବ ଫୋନି, ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ୭ ଲକ୍ଷ ଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୁରୀ ନିକଟରେ ଲାଣ୍ଡଫଲ କରିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଚାନ୍ଦବାଲି ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ହେବ ବୋଲି ଆକଳନ କରାଯାଉଛି । କେତେକ ଅଞ୍ଚଳରେ ପବନ ୨୦୦କିଲୋମିଟର ବେଗରେ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ସମୁଦ୍ରରେ ୧.୫ ମିଟର ଉଚ୍ଚ ଜୁଆର ଉଠିବାକୁ ଥିବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ଆଜି ସକାଳୁ ତଳିଆ ଅଞ୍ଚଳ ଲୋକଙ୍କ ସ୍ଥାନାନ୍ତର ଆରମ୍ଭ ହୋଇଛି । ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯିବ ବୋଲି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ପାଇଁ ୩୦୦୧ଟି ବାତ୍ୟା ଆଶ୍ରୟସ୍ଥଳ ଓ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇଛି ।

Leave a comment