ଫୋନି ପାଇଁ ଉଠିଲା ୧୧ଜିଲ୍ଲାରୁ ଆଚରଣବିଧି, ପୁରୀର ବାଲୁଖଣ୍ଡରେ ହେବ ଲାଣ୍ଡଫଲ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ବାତ୍ୟାରେ ପରିଣତ ହୋଇସାରିଛି ଫୋନି । ବର୍ତ୍ତମାନ ଫୋନି ପୁରୀଠାରୁ ୬୮୦ କିଲୋମଟର ଦୂରରେ କେନ୍ଦ୍ରିଭୁତ ହେଉଛି ଏବଂ ୩ତାରିଖ ଅପରାହ୍ଣରେ ପୁରୀର ବାଲୁଖଣ୍ଡ ରେ ଲ୍ୟାଣ୍ଡଫଲ କରିବ ବୋଲି ଆମେରିକାର ଜଏଣ୍ଟ୍ ଟାଇଫୁନ୍ ସେଣ୍ଟର ପୂର୍ବାନୁମାନ କରିଛି। ‘ଫୋନି’ ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ‘ଫୋନି’ ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ତେଣୁ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏସଆରସି ବିଷ୍ଣୁପ୍ରଦ ସେଠୀଙ୍କ ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ ଫୋନି ସାତପଡା ଏବଂ ବାଲୁଖଣ୍ଡ ମଧ୍ୟରେ କୌଣସି ବି ସ୍ଥାନରେ ଲାଣ୍ଡଫଲ କରିବାର ସମ୍ଭାବନା ରହିଛି । ତେଣୁ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରସାଶନ ପକ୍ଷରୁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଦେଇଛନ୍ତି ଏସଆରସି । ଏସଆରସିଙ୍କ କହିବାନୁସାରେ, ସାମୁଦ୍ରିକ ଝଡ ଫୋନି ପୁରୀରେ ଲାଣ୍ଡଫଲ କରିବା ପରେ ଏହା ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଏହା ପଶ୍ଚିମବଙ୍ଗ ଯିବ । ତେବେ ଆଇଏମଡିର ଆକଳନ ଅନୁସାରେ, ବାତ୍ୟା ଯୋଗୁଁ ୨ ତାରିଖ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଓଡ୍ରାଫର ୨୦ଟି ଟିମ୍, ଏନଡିଆରଏଫର ୨୮ଟି ଟିମଙ୍କୁ ଏଥିପାଇଁ ମୁତୟନ କରାଯାଇଛି । ତେବେ ଫୋନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀରୁ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।

୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଏସବୁ ସ୍ଥାନରେ କୁଆ ପଥର ବର୍ଷାର ଆଶଙ୍କା ରହିଛି ।

୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେର୍ଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି ।

Leave a comment