ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ହ୍ବାଟସଆପ୍ ଆକାଉଣ୍ଟ
କଟକ : ରାଜ୍ୟରେ ଦିନକୁ ଦିନ ଅନଲାଇନ୍ ଠକେଇ ବଢୁଥିବା ବେଳେ ବର୍ତ୍ତମାନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ହ୍ବାଟସଆପ ଆକାଉଣ୍ଟ କରି ଠକେଇ କାରବାର ଘଟଣାର ତଥ୍ୟ ଏବେ ସାମ୍ନାକୁ ଆସିଛି ।
ଓଡ଼ିଶା ସର୍କଲର ଏକ ବିଏସଏନଲ ନମ୍ବରକୁ ବ୍ୟବହାର କରିଥିଲେ ଠକ। ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଟିମ୍ । ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରିବ କ୍ରାଇମ୍ବ୍ରାଞ୍ଚ । ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍ ଜାଲିଆତି କାର୍ବାର ନେଇ ଏକ ରାକେଟ୍କୁ ଠାବ କରିଥିଲା । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।ଯେଉଁଥିରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।