ସାବଧାନ! ଇଣ୍ଡିଆ ପୋଷ୍ଟ ର ଫେକ ୱେବସାଇଟରୁ ଦୂରରେ ରୁହନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଣ୍ଡିଆ ପୋଷ୍ଟ ର ଫେକ ୱେବସାଇଟ ନେଇ କେନ୍ଦ୍ର ସରକାର ଦ୍ୱାରା ଆଡ଼ଭାଇଜରି ଜାରି । କିଛି ଅସାଧୁ ବ୍ୟକ୍ତି ଇଣ୍ଡିଆ ପୋଷ୍ଟ ନାଁରେ ଠକିବା ପାଇଁ ଲାଗିପଡିଛନ୍ତି । ସେମାନେ ଠକିବାକୁ ହ୍ୱାଟ୍ସଆପ୍, ଫେସବୁକ୍, ଟେଲିଗ୍ରାମ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫେକ୍ ୱେବସାଇଟ୍ ଏବଂ ୟୁଆରଏଲକୁ ନେଇ ଇଣ୍ଡିଆ ପୋଷ୍ଟ ଆଡଭାଇଜରି ଜାରି କରିଛି । ଏଥିରେ ଇଣ୍ଡିଆ ପୋଷ୍ଟ କହିଛି କି ତା ତରଫରୁ କୌଣସି ବି ପ୍ରକାର ଲକି ଡ୍ର, ବୋନସ୍ ବା ପ୍ରାଇସ୍ ବେଷ୍ଟଡ଼ ସର୍ଭେ ଆରମ୍ଭ କରାଯାଇନି । ସେ ଏହି ପ୍ରକାର କୌଣସି ବି ଗତିବିଧିରେ ସାମିଲ ନାହିଁ । ଏହା ସହିତ ସେ ଲୋକମାନଙ୍କୁ ଅନଲାଇନ୍ ଫ୍ରଡରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଇଛି ।
ଅଲଗା ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲିଙ୍କ୍ ସେୟାର କରି କୁହାଯାଉଛି କି ଇଣ୍ଡିଆ ପୋଷ୍ଟ ତରଫରୁ ଲକି ଡ୍ର ଆରମ୍ଭ କରାଯାଇଛି । ଏଥିରେ କିଛି ପ୍ରଶ୍ନର ଜବାବ ଦେଇ ସହଜରେ ପ୍ରାଇଜ୍ ଜିତିହେବ । ଏହି ସମ୍ବନ୍ଧରେ ସୂଚନା କାର୍ଯ୍ୟାଳୟ (PIB) ଟ୍ୱିଟ୍ କରି ଲୋକଙ୍କୁ ଅନଲାଇନ୍ ଫ୍ରଡରୁ ବଞ୍ଚିବା ପାଇଁ ପରାମର୍ଶ ଦେଇଛି । ଏହା ସହିତ ଫେକ୍ ୱେବସାଇଟର ଶିକାର ହେବାରୁ ରକ୍ଷା ପାଇବା ପାଇଁ ମଧ୍ୟ କହିଛି ।
ପିଆଇବିର ଟ୍ୱିଟରେ କୁହାଯାଇଛି କି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଆରଏଲ୍ ଏବଂ ୱେବସାଇଟର ଲିଙ୍କ୍ ସେୟାର କରି ଏଥିରେ କ୍ଲିକ୍ କରି କିଛି ପ୍ରଶ୍ନର ଜବାବ ଦେବାକୁ କୁହାଯାଉଛି । ଏହା ଜରିଆରେ ସରକାରଙ୍କ ସବସିଡିର ଲାଭ ମିଳିବାର ଲୋଭ ଦେଖାଯାଉଛି । ଇଣ୍ଡିଆ ପୋଷ୍ଟ ଅନୁସାରେ ଯଦି କାହା ପାଖକୁ ଏଭଳି ମେସେଜ୍, ଲିଙ୍କ, ଭିଡିଓ ମେସେଜ୍ ଆସୁଛି ତେବେ ତାକୁ ଇଗ୍ନୋର କରିବା ଉଚିତ୍ । ଏହା ଉପରେ ଭୁଲରେ ବି କ୍ଲିକ୍ କରିବା ଉଚିତ୍ ନୁହେଁ ।