ହ୍ଵାଟ୍ସ ଆପରେ ବୁଲୁଛି ବିଏମସି କମିଶନରଙ୍କ ଫେକ ମେସେଜ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହ୍ଵାଟ୍ସ ଆପରେ ବୁଲୁଛି ବିଏମସି କମିଶନରଙ୍କ ଫେକ ମେସେଜ । କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତାଗ୍ରସ୍ତ । ରାଜ୍ୟ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଅନେକ ପଦକ୍ଷେପ ନେଇଛନ୍ତି । ଏହି ଭୟର ବତାବରଣର ଫାଇଦା ଉଠାଇ କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତି ବିଏମସି କମିଶନରଙ୍କ ନାଁରେ ଫେକ ମେସେଜ ହ୍ଵାଟ୍ସ ଆପରେ ଛାଡିଛନ୍ତି ।

ଏହି ମେସେଜ ଅନୁଯାୟୀ, ବିଏମସି କମିଶନର ସମଗ୍ର ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛନ୍ତି କି, ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ କେହି ଘରୁ ବାହାରିବେ ନାହିଁ । ଏହି ସମୟରେ କରୋନା ପାଇଁ ଔଷଧ ସିଞ୍ଚନ କରାଯିବ । ତେଣୁ ସମସ୍ତ ଭୁବନେଶ୍ୱରବାସୀ ଘର ଭିତରେ ରହିବେ ।

ଏହାର ସତ୍ୟାସତ୍ୟ ଜାଣିବାକୁ ବିଏମସି କମିଶନରଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ସେ ଏହି ଘଟଣାକୁ ସମ୍ପୂର୍ଣ୍ଣରୂପେ ଖଣ୍ଡନ କରିବା ସହ ସେ ଏପରି କୌଣସି ମେସେଜ ଦେଇନାହାନ୍ତି ବୋଲି କହିଥିଲେ । ଏପରି ବିଭ୍ରାନ୍ତିକର ମେସେଜକୁ ବିଶ୍ୱାସ ନକରିବାକୁ ବିଏମସି କମିଶନର ଅନୁରୋଧ କରିଛନ୍ତି । ବିଏମସି କମିଶନର ଆହୁରି ମଧ୍ୟ କହିଥିଲେ ଯିଏ ଏହି ଫେକ ମେସେଜ ପଠାଇଛି ତାହାର ତଦନ୍ତ କରାଯିବ ଓ ଦୋଷୀକୁ ଦଣ୍ଡିତ ମଧ୍ୟ କରାଯିବ ।

Leave a comment