ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୁପ୍ତ ଘରେ ପୋଲିସ ଚଢ଼ଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଶମ ଫେଲ ନକଲି ଡାକ୍ତର ରମେଶ ସ୍ୱାଇଁର କାମାକ୍ଷାନଗରରେ ଥିବା ଘରେ ଆଜି ଭୁବନେଶ୍ୱର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଚଢ଼ାଉ କରିଛି।
ଫେରାର କେୟାର ଟେକର ନୃସିଂହ ରାଉତକୁ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମାରାଥନ ଜେରା କରିଛନ୍ତି । ବହୁ ପତ୍ନୀ ସହ ଲୋକଙ୍କୁ ଠକିଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି ରମେଶ ନାଁରେ । ସେ ପାଠ ନପଢ଼ି ବି ରାଜ୍ୟର କୋଣ ଅନୁକୋଣରେ ତାର ଗଢିଥିଲା କଳା ସାମ୍ରାଜ୍ୟ ଗଢିଥିଲା । ଅଙ୍ଗ ତସ୍କରି ସାଙ୍ଗକୁ ଲୋକଙ୍କୁ ଠକିବାରେ ବେଶ ଧୁରନ୍ଧର ଥିଲା ରମେଶ । ଧିରେ ଧିରେ ରମେଶ ଠାରୁ ଗୋଟିଏ ପରେ ଗୋଟିଏ ସତ ଉଗାଳୁଛି କମିଶନରେଟ ପୋଲିସ । ରମେଶର ଆଉ କଉଠି ଅପରାଧିକ ଦୁନିଆ ରହିଛି ଏବେ କମିଶନରେଟ ପୋଲିସ ସେ ସବୁର ଖୋଳତାଡ଼ କରୁଛି ।