କଟକରେ ପୁଣି ନକଲି ଘିଅ କାରଖାନା ଠାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି । ବାଦାମବାଡି ପୋଲିସ ଚଢ଼ାଉ କରି ମୋନାଲିସା ହୋଟେଲ ପଛପଟେ ଥିବା ମୁନଲାଇଟ୍ ଲେନରେ ଏହି ନକଲି ଘିଅ କାରଖାନା ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା।
ଘଟଣାସ୍ଥଳରେ ଫୁଡ୍ ସେଫ୍ଟି ବିଭାଗ ଓ ଓଜନ ମାପ ବିଭାଗ ପହଞ୍ଚି ଯାଞ୍ଚ କରିଛନ୍ତି।ପ୍ରାଥମିକ ଭାବେ ଏଠାରେ ବେଆଇନ ଭାବେ ଏପରି ଘିଅ ପ୍ୟାକେଜିଂ ହେଉଥିବା ଜଣାପଡିଛି ବୋଲି ଓଜନ ଓ ମାପ ବିଭାଗ କହିଛି। ଏହି ସ୍ଥାନରେ ପ୍ରାୟ ଆଠରୁ ଦଶଟି ଘର ଭଡା ନେଇ ଏପରି ନକଲି କାରବାର ଚାଲୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a comment