ନକଲି ପ୍ରମାଣପତ୍ର ମାମଲା; ୧୫୦ରୁ ଅଧିକ ଶିକ୍ଷକଙ୍କୁ ବହିଷ୍କାର

0

ନକଲି ପ୍ରମାଣପତ୍ର ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏହି ଘଟଣା ସମ୍ପର୍କରେ ପୂର୍ବରୁ ଖବର ଥିଲା। ଖୋଳତାଡ଼ ଜାରି ରହିଛି, ପାଖାପାଖି ୧୫୦ରୁ ଅଧିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ଏତଲା ମଧ୍ୟ ଦିଆଯାଇଛି, ମୟୂରଭଞ୍ଜରେ ମାମଲା ରୁଜୁ ହୋଇ କେତେକ ଗିରଫ ହୋଇଛନ୍ତି । ଏହାଏକ ନିରନ୍ତର ପ୍ରକ୍ରିୟା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମଣ୍ଡଳ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ୭ ଦିନ ଭିତରେ ନିଜ ଅଞ୍ଚଳର ନକଲି ପ୍ରମାଣପତ୍ରଧାରୀଙ୍କ ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ପ୍ରମାଣପତ୍ର ଅସଲି କିମ୍ବା ନକଲି ତାହା ସ୍ପଷ୍ଟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ବିଶ୍ବବିଦ୍ୟାଳୟକୁ ଚିଠି କରାଯାଉଛି। ସ୍ବତନ୍ତ୍ର ଦଳ ଗଠନ ପାଇଁ କିଛି ଆବଶ୍ୟକତା ଆସିନି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

Leave a comment