ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁ ରେ ଫେକ୍ ଆକାଉଣ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ପୂର୍ବତନ ଡିସିପି ତଥା ବର୍ତ୍ତମାନର ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁ ରେ ସୋସିଆଲ ମିଡ଼ିଆରେ ଫେକ୍ ଫେସବୁକ ଆକାଉଣ୍ଟ ।
ଏସମ୍ପର୍କରେ ଡିଆଇଜି ଅନୁପ ସାହୁ ସୂଚନା ଦେଇ କହିଛନ୍ତି, ଯଦି ଏହି ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆସେ ତେବେ ଏହା ଗ୍ରହଣ ନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଡିଆଇଜି ଅନୁପ ସାହୁ ।