ଚଳନ୍ତା କାରରେ ଲାଗିଲା ନିଆଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଜ ଉପରେ ଜଳିଗଲା ଚଳନ୍ତା କାର । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କାରରେ ଲାଗିଲା ନିଆଁ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଜଳିଗଲା ଚଳନ୍ତା କାର । ମାତ୍ର ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । କାରରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲା।

Leave a comment