ମହଙ୍ଗା ମାଡ : ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି

0

ନୂଆଦିଲ୍ଲୀ : ଡିଜେଲ୍ ଉପରେ ମହଙ୍ଗା ମାଡ । ବଲ୍‌କ କଷ୍ଟମର୍ସଙ୍କ ପାଇଁ ଅଏଲ୍‌ ମାର୍କେଟିଂ କମ୍ପାନି ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍ ଦର ।
ବିପୁଳ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କରୁଥିବା ସଂସ୍ଥା ବ୍ଲକ୍‌ ୟୁଜର୍ସ ଶ୍ରେଣୀରେ ଆସିଥାନ୍ତି । ଏଥିରେ ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ ଏବଂ ବିଭିନ୍ନ ଟ୍ରାନ୍ସପୋର୍ଟ କର୍ପୋରେସନ୍‌, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ ଏଥିରେ ସାମିଲ । ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ୍‌ ଦରରେ କୌଣସି ବୃଦ୍ଧି ହୋଇ ନାହିଁ । ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ମୁମ୍ବାଇର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।

Leave a comment