ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଟ୍ରିକ ପରୀକ୍ଷାର ଆରମ୍ଭ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଲିକ୍‌ ହୋଇଛି । ବୋର୍ଡ଼ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସତ୍ତ୍ବେ ଚଳିତ ବର୍ଷ ମଧ୍ୟ ମାଟ୍ରିକ୍ ପଶ୍ନପତ୍ର ଲିକ୍‌କୁ ରୋକା ଯାଇପାରିନାହିଁ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ମୋବାଇଲରୁ ମୋବାଇଲକୁ ପ୍ରଶ୍ନପତ୍ର ଘୂରି ବୁଲୁଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ନେଇ କୌଣସି ସଠିକ୍ ଖବର ମିଳିନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a comment