ବେଆଇନ ର୍ନିମାଣକୁ ମାଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’। ଏ ନେଇ ମଙ୍ଗଳବାର ବିଧିବଦ୍ଧ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ଯୋଜନା ଅନ୍ତର୍ଗତ ବିଲ୍ଡିଂ ନିୟମ ଖିଲାପକାରୀଙ୍କଠାରୁ ର୍ନିଦ୍ଧାରିତ ପରିମାଣର ଜରିମାନା ଆଦାୟ କରି ବିଲ୍ଡିଂକୁ ବୈଧ ଘୋଷଣା କରାଯିବ। ଦୀର୍ଘ ବର୍ଷର ବିଚାରବିମର୍ଷ ପରେ ସରକାର ଏହାକୁ ଅନୁମୋଦନ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇ ନ ଥିବା ଗୃହକୁ ଏହି ଯୋଜନା ଅନୁମୋଦ କରିବାରେ ସାହାର୍ଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ର୍ନିମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବେ।
ଏହି ଯୋଜନାରେ ସମସ୍ତ ର୍ନିମାଣ କାର୍ଯ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମା ଭିତରେ ହେବା ଆବଶ୍ୟକ। ଏହା ଗୃହ ନିର୍ମାଣର ମାନ ଦୃଷ୍ଟିରୁ ନିରାପଦ ଏବଂ କୌଣସି ସାମାଜିକ ପ୍ରତିବନ୍ଧକ ସୃଷ୍ଟି କରୁ ନଥିବ। ଏହି ସୁବିଧାର ସୁଯୋଗ ନେବା ପାଇଁ ଗୃହ ମାଲିକମାନେ ସର୍ବକ୍ଷମା ଯୋଜନାରେ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମରେ ଆବେଦନ କରିପାରିବେ। ଆଜିଠାରୁ ଆସନ୍ତା ମାସ ମଧ୍ୟରେ ଏହି ଯୋଜନାରେ ଆବେଦନ କରିହେବ। ଏହି ଯୋଜନା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବେନିୟମ କାମ କରିଥିବା ଲୋକଙ୍କୁ ସାହାଯ୍ୟ କରିବ ସର୍ବକ୍ଷମା ଯୋଜନା। ର୍ନିବାଚନ ପାଖେଇ ଆସୁଥିବାରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ବିଜେଡି ଏହି ପ୍ରୟାସ କରିଛି।