କମିଶନରେଟ୍ ପୋଲିସରେ ଅଦଳ ବଦଳ; କାହାକୁ କେଉଁ ଦାୟିତ୍ୱ ମିଳିଲା, ଜାଣନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କମିସନରେଟ ପୋଲିସରେ ଅଦଳ ବଦଳ ହୋଇଛି । ଅତିରିକ୍ତ ଡ଼ିସିପି, ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ଅଦଳବଦଳ ହୋଇଛି । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଅତିରିକ୍ତ ଡ଼ିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀ ଓ ସୁବାସ ମହାନ୍ତିଙ୍କ ବଦଳି ହୋଇଛି ।ଆଡିସ୍ନାଲ୍ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ୟୁଡିପି ଭାବେ ବଦଳି କରାଯାଇଥିବାବେଳେ ସୁବାଶ ଚନ୍ଦ୍ର ମହାନ୍ତିଙ୍କୁ ଆଇବି ସେକ୍ସନ୍କୁ ବଦଳି ହୋଇଛି। ସେହିପରି ଆଇଆଇସି ଭରତଚରଣ ସାହୁଙ୍କୁ କ୍ୟାପିଟାଲ୍ ଥାନା, ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଥାନା, ଯୁବରାଜ ସ୍ୱାଇଁ ଙ୍କୁ ଚନ୍ଦ୍ରଶେଖରପୁର ଥାନା, ଅରୁଣ କୁମାର ସ୍ୱାଇଁ ଙ୍କୁ ଖାରବେଳ ଥାନା, ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଲକ୍ଷ୍ମୀସାଗର ଥାନା, ବିଶ୍ୱରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନା, ବିଶ୍ୱରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, ଦୀପକ କୁମାର ମିଶ୍ରଙ୍କୁ ଏୟାର୍ଫିଲ୍ଡ ଥାନା, ଅଞ୍ଜଳି ଛୋଟରାୟଙ୍କୁ ଟ୍ରାଫିକ୍ ଥାନା ଚନ୍ଦ୍ରଶେଖରପୁର, ଦୟାନିଧି ନାୟକଙ୍କୁ ଧଉଳିଥାନା, ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ବିରଞ୍ଚି ନାରାୟଣ ପତିଙ୍କୁ ଚୌଦ୍ୱାର ଥାନା, ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବାଦାମବାଡ଼ି ଥାନା, ରବୀନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଥାନା, ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତନଗର ଥାନା, ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଥାନା, ହିମାଂଶୁ ଭୂଷଣ ସ୍ୱାଇଁଙ୍କୁ ସହିଦନଗର ଥାନାକୁ ବଳଦି କରାଯାଇଛି। ସେହିପରି ଏସ୍ଆଇ ମହମ୍ମଦ ଜାମ୍ସେଦ୍ଙ୍କୁ ଖଣ୍ଡଗିରି ଥାନା, ଶୁଭ୍ରାନ୍ତ କୁମାର ଜେନାଙ୍କୁ ଚନ୍ଦକା ଥାନା, ସଙ୍ଗୀତା ଦାଶଙ୍କୁ ଶ୍ରୀଲିଙ୍ଗରାଜ ଥାନା, ସଞ୍ଜୁକ୍ତା ସାହୁଙ୍କୁ ସହିଦନଗର ଥାନା, ହୃଶିକେଶ ପ୍ରଧାନଙ୍କୁ ବାଲିପାଟଣା ଥାନା, ଶୁଭଶ୍ରୀ ଶୁଭସ୍ମିତା ଗୁରୁଙ୍କୁ ପୁଲିସ କମିଶନରେଟ୍ ହେଡ୍କ୍ବାଟରକୁ ବଦଳି ହୋଇଛି। ଏଏସ୍ଆଇ ଫକିର ଚରଣ ପ୍ରଧାନଙ୍କୁ ଜେଏମ୍ଏଫ୍ସିକୁ ବଦଳି କରାଯାଇଛି।