ଓଏଏସ୍ ସ୍ତରରେ ଅଦଳବଦଳ

0

ଆଜି ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଓଏଏସ୍ ଅଧିକାରୀ ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ମଧୁସୂଦନ ଦାସଙ୍କୁ ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ, କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ଝାରସୁଗୁଡ଼ା ଜିଲ୍ଲା ସବ୍-କଲେକ୍ଟର, ଦୟାମୟ ପାଢୀଙ୍କୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡୀୟ ମାଜିଷ୍ଟ୍ରେଟ୍ ଏବଂ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସବ୍-କଲେକ୍ଟର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୧ ବ୍ୟାଚ୍‌ର ଆଇଏଏସ୍ ଆର୍.ସନ୍ଥଗୋପାଳନଙ୍କୁ ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚର ଆଇଏଏସ୍ ଚିତ୍ରା ଅରୁମୁଗମ୍‌ଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତି ଅରୁମୁଗମ୍ ୨୦୨୦ ଅଗଷ୍ଟ ମାସରୁ ଏହି ବିଭାଗରେ ଦାୟିତ୍ୱରେ ରହିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀମତି ଅରୁମୁଗମଙ୍କ ଅନୁରୋଧରେ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

Leave a comment