BMC ବରିଷ୍ଠ ସହାୟକ ସ୍ତରରେ ଅଦଳବଦଳ

0

ବିଏମ୍ସି ବରିଷ୍ଠ ସହାୟକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଥିବା କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । ଅର୍ଥ ବିଭାଗରେ ଥିବା ବରିଷ୍ଠ ସହାୟକ ସନ୍ତୋଷ କୁମାର ମହାନ୍ତିଙ୍କ ଏଷ୍ଟାବ୍ଲିସ୍ମେଣ୍ଟକୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ଲ୍ୟାଣ୍ଡରେ ଥିବା ଦେବାଶିଷ ନାୟକ ଦାୟିତ୍ୱରେ ରହିବେ ।

ସେହିପରି ଏଷ୍ଟାବ୍ଲିସ୍ମେଣ୍ଟ ବିଭାଗରେ ଥିବା ସୁଜାତା ସାହୁଙ୍କୁ ସାଉଥ-ଇଷ୍ଟ ଜୋନ୍କୁ ବଦଳି କରାଯାଇଛି । ଡ୍ରେନେଜ ବିଭାଗରେ ଥିବା ଅକ୍ଷୟ କୁମାର ନାୟକଙ୍କୁ ଏଷ୍ଟିମେଣ୍ଟ ବିଭାଗକୁ ନିଆଯାଇଛି । ସେହିପରି ଓଡିଏ କୋର୍ଟରେ ଥିବା ବରିଷ୍ଠ ସହାୟକ ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇଛି । ପ୍ରାୟ ୧୨ ବରିଷ୍ଠ ସହାୟକଙ୍କୁ ବଦଳି କରାଯାଇଛି ।

Leave a comment