ଗର୍ଭବତୀ ମହିଳା ଅଧିକ ଫୋନ ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ ଏଭଳି ଖରାପ ପ୍ରଭାବ, ଯଦ୍ୱାରା ଶିଶୁମାନେ ହୋଇଥାନ୍ତି ଏଭଳି ସ୍ୱଭାବର

0

ମା’ହେବାର ଅନୁଭୂତି ଗୋଟିଏ ସୁନ୍ଦର ଅନୁଭୂତି ହୋଇଥଏ , କିନ୍ତୁ ଏହି ୯ ମାସର ସମୟ ଗୋଟିଏ କଠିନ ସମୟ ହୋଇଥାଏ l ଏହି ସମୟରେ ମା ମାନେ ନିଜର ବିଶେଷ ଧ୍ୟାନ ରଖିବା ଜରୁରୀ l କାହିଁକି ନା ସାମାନ୍ୟ ଅସାବଧାନତା ଦ୍ୱାରା ଶରୀର ଉପରେ ଖରାପ ପ୍ରଭବ ପଡିଥାଏ l ସଠିକ ଖାଦ୍ୟ , ନିୟମିତ ବ୍ୟାୟାମ ସହିତ ଗର୍ଭବତୀ ମହିଳା ଙ୍କୁ ମୋବାଇଲ ଫୋନ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଅତ୍ୟଧିକ ମୋବାଇଲ ଫୋନ ର ବ୍ୟବହାର ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଦିଥାଏ l

ଅଧ୍ୟୟନ ରୁ ଏହି ତଥ୍ୟ ଆସିଛି ସାମ୍ନାକୁ :-

– ୟେଲ ସ୍କୁଲ ଅଫ ମେଡ଼ିସିନ ରେ କରାଯାଇଥିବା ଅଧ୍ୟୟନ ଅନୁସାରେ ଅତ୍ୟଧିକ ମୋବାଇଲ ରେଡ଼ିଏସନ ଦ୍ୱାରା ଗର୍ଭସ୍ଥ ଶିଶୁ ଜନ୍ମ ପରେ ବିହେବରିଆଲ ଅସୁବିଧା ର ସମୁଖୀନ ହୋଇଥାଏ l

– ଏହାଛଡା ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ୱାରା ଶିଶୁ ର ମାନସିକ ବିକାଶ ରେ ଅସୁବିଧା ଆସିଥାଏ l ପିଲା ଟି ଛୋଟ ବେଳରୁ ହାଇପର ଆକ୍ଟିଭିଟି ର ସମୁଖୀନ ହୋଇଥଏ l

-ଅନ୍ୟ ଶିଶୁ ମାନଙ୍କ ତୁଳନାରେ ଏଭଳି ଶିଶୁ ଅଧିକ ଯିଦିଆ, ରାଗି ହୋଇ ଥାଆନ୍ତି l

-ମୋବାଇଲ ଫୋନ ରୁ ବାହାରୁଥିବା ଇଲେକ୍ଟ୍ରୋ ମାଗନେଟିକ ରେଡ଼ିଏସନ ଗର୍ଭସ୍ଥ ଶିଶୁ ର ଡିଏନଏ କୁ ମଧ୍ୟ ନଷ୍ଟ କରିପାରେ l

-ଦେନମାର୍କ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଯେଉଁ ମା ମାନେ ଅଧିକ ସମୟ ଧରି ମୋବାଇଲ ରେଡ଼ିଏସନ ର ନିକଟତର ରହୁଛନ୍ତି ସେମାନଙ୍କ ଶିଶୁ ମାନେ ଗର୍ବବସ୍ଥାରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦ୍ୱାରା ପୀଡିତ ହେଉଛନ୍ତି l

ଏହିସବୁ କଥାକୁ ଗର୍ଭବତୀ ମହିଳା ମାନେ ବିଶେଷ ଧ୍ୟାନ ଦେବ ଜରୁରୀ :-

– ଏହି ସମୟରେ ଅଧିକ ସୋସିଆଲ ମିଡିଆ ର ବ୍ୟବହାର କରନ୍ତୁ ନାହିଁ l

– ଟାଇମ ପାସ କରିବା ପାଇଁ ଆଦୌ ମୋବାଇଲ ର ବ୍ୟବହାର କରନ୍ତୁ ନାହିଁ l

– ରାତିରେ ଶୋଇବା ସମୟରେ ଫୋନ କୁ ତକିଆ ତଳେ ରଖିବା ପରିବର୍ତ୍ତେ ଦୂରେଇ ରଖନ୍ତୁ l

Leave a comment

You cannot copy content of this page