+2 ପରୀକ୍ଷା ବାତିଲ୍ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ +2 ପରୀକ୍ଷା ବାତିଲ୍ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି। କରୋନା ପାଇଁ ପାଠପଢ଼ା ସମ୍ପୂର୍ଣ୍ଣ ହୋଇନଥିବାରୁ ପରୀକ୍ଷା ବାତିଲ୍ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି କରୁଛନ୍ତି। ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଥିବାବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଶତାଧିକ ଛାତ୍ର ଏକାଠି ହୋଇ ବିକ୍ଷୋଭ କରିଛନ୍ତି. ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, କରୋନା କଟକଣା ପାଇଁ ପାଠପଢ଼ା ଠିକ୍ରେ ହୋଇପାରିନାହିଁ। ସିଲାବସ୍ ମଧ୍ୟ ସରିନାହିଁ। ଏଭଳି ସ୍ଥିତିରେ ପରୀକ୍ଷା କିପରି କରାଯିବ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି। ସରକାର ଚାହୁଁଛନ୍ତି ଆମେ ସବୁ ମରୁ। ସରକାର କ’ଣ ଦେଖିପାରୁ ନାହାନ୍ତି ଓମିକ୍ରନ୍ ସମୟରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାର ଅଧିକାର ସରକାରଙ୍କ ନାହିଁ। କେଉଁ ହିସାବରେ ସରକାର ଚାହୁଁଛନ୍ତି ବୋର୍ଡ ପରୀକ୍ଷା ହେଉ। ଆମ ଭବିଷ୍ୟତ ଅନ୍ଧାର, ତେଣୁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ଓମିକ୍ରନ୍ ସମୟରେ ମରିଲେ ମରିବୁ, ହେଲେ ଭବିଷ୍ୟତ ଦରକାର।