ବୈଜୟନ୍ତ ଧରିବେ ପଦ୍ମ, ବିଜୟଙ୍କ ପାଇଁ ବିଜେଡି ଖୋଲିବକି ବାଟ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ଓଡ଼ିଶା ରାଜନୀତି ସେତିକି ଜମାଣିଆ ସ୍ଥିତିକୁ ଆସୁଛି । ଦିନ ଥିଲା ବୈଜୟନ୍ତ, ଦାମ, ବ୍ରଜ, ବିଜୟ, ଶ୍ରୀକାନ୍ତ, ଦିଲ୍ଲୀପ ଏମାନେ କ’ଣ କରିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତି ଲାଗୁଥିଲା ୨୦୧୯ ନିର୍ବାଚନରେ ସେମାନଙ୍କ କୌଣସି ଭୂମିକା ରହିବନାହିଁ । କିନ୍ତୁ ରବିବାର ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହଇଥିବା ଖବର ଓଡ଼ିଶା ରାଜନୀତିର ପଟ୍ଟ ପରିବର୍ତ୍ତନ କରିଛି ।

ମିଳିଥିବା ଖବର ଅନୁଯାୟୀ, ବୈଜୟନ୍ତ ପଣ୍ଡା ଆଜି ସନ୍ଧ୍ୟାରେ ବିଜେପିରେ ଯୋଗଦେବେ । ବୈଜୟନ୍ତଙ୍କ ବିଜେପି ଯୋଗଦାନକୁ ସ୍ମରଣୀୟ ଓ ରୋମାଞ୍ଚକର କରିବାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଉପସ୍ଥିତ ରହିବେ । ଜୁଏଲ ଓରାମ ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି । ହେଲେ ଅମିତ ଶାହା ତ ରାଷ୍ଟ୍ରୀୟ ସଭାପତି ଭାବରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ରହୁଛନ୍ତି ନା ନାହିଁ ସିଏ ଏକ ବଡ଼ ପ୍ରଶ୍ନ । ଅବଶ୍ୟ ମୋଦି ରହିବା ନ ରହିବା ଏହି କାର୍ଯ୍ୟକ୍ରମରେ କିଛି ଫରକ ପକାଇବ ନାହିଁ । କିନ୍ତୁ ମୋଦିଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହେଲେ ସୋନେପେ ସୁହାଗା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଦ୍ବିତୀଆର୍ଦ୍ଧ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ତାହା ଅର୍ଥ ଆଜି ପୂର୍ବାରହ୍ନରେ ଧର୍ମେନ୍ଦ୍ର ସମସ୍ତ କାର୍ଯ୍ୟ ଛାଡି ବୈଜୟନ୍ତଙ୍କ ମିଶ୍ରଣ ପର୍ବରେ ଯୋଗଦେବାକୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଡେରିରେ ହେଉପଛେ ବୈଜୟନ୍ତଙ୍କୁ ବିଜେପିକୁ ନେବାକୁ ମନ କରିନେଇଛନ୍ତି ।

କିଛିଦିନ ପୂର୍ବରୁ ଓଡ଼ିଶା ରାଜନୀତି ରେ ଚର୍ଚ୍ଚା ହରୁଥିଲା କି ବିଜେପି, ବିଜେଡି ଉପରେ ଭିତରେ ବୁଝାମଣା ହୋଇଛନ୍ତି ଯେ ବିଜୟ ମହାପାତ୍ରଙ୍କୁ ବିଜେଡି ନେବନାହିଁ କି ବୈଜୟନ୍ତଙ୍କୁ ବିଜେପି ନେବନାହିଁ । ହେଲେ ବୈଜୟନ୍ତଙ୍କ ବିଜେପି ମିଶ୍ରଣ ପରେ ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି । ବୈଜୟନ୍ତ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିନିଧିତ୍ଵ କରିଆସିଥିବାରୁ ତାଙ୍କୁ ସଫଳ ମୁକାବିଲା ପାଇଁ ବିଜୟ ମହାପାତ୍ରଙ୍କୁ ବିଜେଡି ଆଣିବାପାଇଁ ପୁନଶ୍ଚ ଚିନ୍ତା କରାଯାଇପାରେ ।ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ୫ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ । ଯାହାକି ପଞ୍ଚାୟତରାଜ ଦିବସ ଭାବରେ ପାଳନ ହୁଏ । ଏହିଦିନ ବୈଜୟନ୍ତ ଖବର କୁ ଚେକମେଟ ଦେବାପାଇଁ ବିଜେଡି ବିଜୟ ଓ ଦିଲ୍ଲୀପଙ୍କୁ ମିଶାଇବା କଥା ଭାବୁଥିବ ଜଣେ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ତେଣୁ କେଉଁ ପାଣି କୁଆଡ଼େ ଯାଉଛି ତାହା ଦେଖିବାକୁ ବକିରହିଲା ।

Leave a comment