ଇଭିଏମ୍‌ ହ୍ୟାକ୍‌ କରି ଅଧିକ ଭୋଟ ହାତେଇଛି ବିଜେପି : ଜର୍ଜ ତିର୍କୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ସରି ଫଳାଫଳ ବାହାରିବା ପରେ ବିଜେପି ସାରାଦେଶରେ ସଂଖ୍ୟଗରିଷ୍ଠତା ହାସଲ କରି ସରକାର ଗଢ଼ିଛି । ଗତ ୩୦ ତାରିଖରୁ କେନ୍ଦ୍ରରେ ବିଜେପି ଦ୍ୱିତୀୟ ଥର ଲାଗି ସରକାର ଗଢ଼ି ସାରିଥିବା ବେଳେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଜର୍ଜ ତିର୍କୀ । ସେ ବୁଧବାର ରାଉଲକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ । ସେତେବେଳେ ପ୍ରଧାନମନତ୍ରୀ ତାଙ୍କ ପାଇଁ ପ୍ରଚର କରିଥିଲେ । ଏଥିସହ ସେତେବେଳେ ଦଳରେ ବରିଷ୍ଠ ନେତା ଦିଲୀପ ରାୟ ମଧ୍ୟ ଥିଲେ । କିନ୍ତୁ ଏଥର ମୋଦି ଆସିଲେନି କି ଦିଲ୍ଲୀପ ବି ଦଳରେ ନାହାନ୍ତି । ଏଭଳି ସ୍ଥିତିରେ ଜୁଏଲଙ୍କୁ ୫ ଲକ୍ଷ ୫୬ ହଜାର ଭୋଟ କେମିତି ମିଳିଲା ବୋଲି ଜର୍ଜ ପ୍ରଶ୍ନ କରିଛନ୍ତି ? ବିଜେପି ଇଭିଏମ୍‌ ହ୍ୟାକ୍‌ କରି ଭୋଟ ବଢ଼ାଇଛି ବୋଲି ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି ।

ଏଥିସହ ସେ ନିଜ ଦଳର କେତେଜଣ ନେତଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି, ଆମେ ହାରିବାର ପ୍ରଶ୍ନ ଉଠୁନି । ତାଙ୍କୁ ହରାଇବାକୁ କଂଗ୍ରେସରେ ସାଂଘାତିକ ଆତ୍ମଘାତୀ ଷଡ଼ଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜର୍ଜ ର୍ତିକୀ । ପିସିସିଠାରୁ ଆରମ୍ଭ କରି ଡିସିସି ପର୍ଯ୍ୟନ୍ତ ନେତା ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ । ଏହି ଷଡ଼ଯନ୍ତ୍ରକାରୀଙ୍କୁ ଦଳରୁ ବିଦା କରାଯାଉ ବୋଲି ପିସିସି ମିଟିଂରେ ସେ ଦାବି କରିଥିବା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି ।

Leave a comment