ଲେଖାଶ୍ରୀଙ୍କ ଇଭିଏମ ବଦଳ ଅଭିଯୋଗର ଉତ୍ତର ରଖିଲେ ଶଶିଭୂଷଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରାରେ ଇଭିଏମ ବଦଳା ଯାଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀଙ୍କ ଅଭିଯୋଗ ମୁତାବକ, ପ୍ରିଜାଇଡିଂ ଅଫିସରଙ୍କର ସହଯୋଗରେ ଡାହାଳପୁରର ୨୨୦ ନମ୍ବର ଏବଂ ପାଟକୁରାର ୨୯୪ ନମ୍ବର ବୁଥରେ ଇଭିଏମ ବଦଳା ଯାଇଛି ।
ସୂଚନା ଅନୁଯାୟୀ, ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୩୦୮ଟି ବୁଥ ପାଇଁ ଅଧିକ ୧୦୦ଟି ଇଭିଏମ କାହିଁକି ଆସିଥିଲା ନୋଳି ପ୍ରଶ୍ନ କରିବା ସହ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ସିଇଓଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଲେଖାଶ୍ରୀ ସ୍ପଷ୍ଟ କରିଛନ୍ତି ।
ଅପରପକ୍ଷରେ ବିଜେପିର ଏହି ଅଭିଯୋଗର ପ୍ରତିକ୍ରିୟାରେ ବିଜେଡି ଦଳର ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ଏବେ ନିର୍ବାଚନକୁ ନେଇ ଏଭଳି ଅଭିଯୋଗ ଏକ ସ୍ୱାଭାବିକ ପ୍ରକ୍ରିୟାରେ ପରିଣତ ହେଲାଣି । ପାଟକୁରାରେ ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ ଆଣୁଛି ।