ମାଲକାନଗିରିରେ ଇଭିଏମ ଅଚଳ, ମତଦାତାଙ୍କ ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୪ଟି ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ସମସ୍ତ ସ୍ଥାନରେ ମତଦାତାଙ୍କ ଭିଡ ଜମିଥିବା ବେଳେ ମାଲକାନଗିରିର ଏମଭି ୧୪ରେ ଇଭିଏମ ମେସିନରେ ତ୍ରୁଟି ଦେଖା ଦେଇଥିଲା । ଇଭିଏମ ମେସିନ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି ମତଦାନ ବନ୍ଦ ରହିଥିଲା । ଫଳରେ ସ୍ଥାନୀୟ ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି ୧୪ ନଂ ଗ୍ରାମରେ ସକାଳଠାରୁ ଇଭିଏମ ମେସିନରେ ଯାନ୍ତ୍ରିକ ତୃଟି ଦେଖିବାକୁ ମିଳିଥିଲା । କେତେବେଳେ ଏହା ଚାଲୁଥିଲା ତ କେତେବେଳେ ବନ୍ଦ ହୋଇଯାଉଥିଲା । ଯାହାଫଳରେ ସ୍ଥାନୀୟ ମତଦାତା ବହୁସମୟ ଧରି ଭୋଟ ଦେବାରୁ ବଞ୍ଚିତ ହୋଇ ରହିଥିଲେ । ଏହି ଘଟଣା କୁ ନେଇ କିଛି ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଭୋଟର ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave a comment