ଯାଜପୁର ଓ ଭଦ୍ରକରେ ଭାଙ୍ଗିଲେ ଇଭିଏମ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳାର ୧୭୩ ନମ୍ବର ବୁଥ୍‌ରେ ଜଣେ ଭୋଟର ଇଭିଏମ୍‌ ଭାଙ୍ଗି ଦେଇଛନ୍ତି । ସେ କାହିଁକି ଇଭିଏମ୍‌ ଭାଙ୍ଗିଲେ, ତାହା ଜଣାପଡ଼ିନି । ତାଙ୍କୁ ପୁଲିସ ଧରିବାକୁ ସକ୍ଷମ ହୋଇନଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡି କର୍ମୀମାନେ ବୁଥ ଆଗରେ ଧାରଣା ଦେଇଥିଲେ । ନୂଆ ଇଭିଏମ୍ ଆସିବା ପରେ ମତଦାନ ଆରମ୍ଭ ହୋଇଥିଲା ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରହଣିଆ ପଞ୍ଚାୟତର ୨୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଯାଇଥିବା ସୂଚନା ମିଳିଛି । ତେବେ ସେଠାରେ କିଏ ଓ କାହିଁକି ଇଭିଏମ୍ ଭାଙ୍ଗିଲେ ତାହା ଜଣା ପଡ଼ିନାହିଁ ।

ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ମାତ୍ର ଆଜି ବହୁ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଯାଇଥିବା ବେଳେ କିଛି ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା । ଫଳରେ ଭୋଟ୍ ଗ୍ରହଣ ବିଳମ୍ବିତ ହୋଇଥିଲା ।

Leave a comment